ମୁମ୍ବାଇରେ ଆତଙ୍କ : କ୍ୟାବ୍‌ ଖାଲି କରିବାକୁ ବିଳମ୍ବ କରିବାରୁ ୩୦ବର୍ଷିୟ ଯୁବକଙ୍କୁ ନିର୍ମମ ହତ୍ୟା

ମୁମ୍ବାଇ : ମୁମ୍ବାଇରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ୩୦ବର୍ଷିୟ ଯୁବକ କ୍ୟାବ୍‌ ଖାଲି କରିବାକୁ ବିଳମ୍ବ କରିବାରୁ ତାଙ୍କୁ ୪ଜଣ କିଶୋର ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାଟି ମଙ୍ଗଳବାର ଚେମ୍ବୁରରେ ଘଟିଥିବା ବେଳେ ୪ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିବା ସୂଚନା ମିଳିଛି ।

ସୂଚନା ମୁତାବକ, ମଙ୍ଗଳାବର ସଂନ୍ଧ୍ୟାରେ ସୁରେନ୍ଦ୍ର ସିଂ ତାଙ୍କର ଦୁଇ ଜଣ ସାଙ୍ଗ ସହ ମିଶି କ୍ରଫୋର୍ଡ଼ ମାର୍କେଟକୁ ଜିନିଷ କିଣିବା ପାଇଁ ଯାଇଥିଲେ । ଜିନିଷ କିଣି ସାରିବା ପରେ ଘରକୁ ଆସିବା ପାଇଁ ୩ ଜଣ ଏକ କ୍ୟାବ୍‌ ବୁକ୍‌ କରିଥିଲେ । ଘର ପାଖରେ ପହଞ୍ଚିବା ପରେ ଚେମ୍ବୁରରେ ଥିବା କୈଳାଶ ମନ୍ଦିର ପାଖରେ କ୍ରିଷ୍ଣା ବଏୟାନା ଏବଂ ତାଙ୍କର ୩ ଜଣ ସାଙ୍ଗ ଆସି କ୍ୟାବ୍‌କୁ ଅଟକାଇଥିଲେ । ସୁରେନ୍ଦ୍ର ସିଂ ଏବଂ ତାଙ୍କର ଦୁଇ ଜଣ ସାଙ୍ଗ କ୍ୟାବ୍‌ରୁ ବାହାରି ଆସିବା ପରେ ୪ ଜଣ ଅଭିଯୁକ୍ତ ଗାଡ଼ି ଭିତରେ ବସିଥିଲେ । କିନ୍ତୁ ସୁରେନ୍ଦ୍ର ଗାଡ଼ି ଭଡ଼ା ଦେଇ ନ ଥିବାରୁ କ୍ୟାବ୍‌ ଚାଳକ ଗାଡ଼ି ଆଗକୁ ନେଉ ନ ଥିଲା । କ୍ରିଷ୍ଣା ତରତର ହୋଇ ସୁରେନ୍ଦ୍ରଙ୍କୁ ଶୀଘ୍ର ଭଡ଼ା ଦେବା ପାଇଁ ପାଇଁ କହିଥିଲେ । ଏହି କଥାକୁ ନେଇ କ୍ରିଷ୍ଣା ଏବଂ ସୁରେନ୍ଦ୍ରଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ।

Daily Express

ଯେଉଁଥିରେ ରାଗି ଯାଇ କ୍ରିଷ୍ଣା ଏବଂ ତାଙ୍କର ୩ଜଣ ସାଙ୍ଗ ସୁରେନ୍ଦ୍ରଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଡ଼ାକ୍ତରଖାନା ନିଆଯାଇଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ପକ୍ଷରେ ଏ ନେଇ ଅଭିଯୋଗ ହେବା ପରେ ପୁଲିସ ଡ଼ାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରି ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର