ମଞ୍ଚେଶ୍ୱର ଥାନା ସମେଇଗାଡ଼ିଆରେ ଦୁଇ ପରିବାର ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ୪ ଆହତ

ଭୁବନେଶ୍ୱର : ମଞ୍ଚେଶ୍ୱର ଥାନା ସମେଇଗାଡ଼ିଆରେ ଦୁଇ ପରିବାର ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଛି। ଏଥିରେ ଉପେନ୍ଦ୍ର ବେହେରା ଗୁରୁତର ଆହତ ହୋଇଥିବା‌ ବେଳେ ତାଙ୍କ ପୁଅ ସୁକାନ୍ତ, ସୁମନ୍ତ ଓ ପତ୍ନୀ ଆହତ ହୋଇଛନ୍ତି। ସମସ୍ତଙ୍କୁ କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଏ ନେଇ ଥାନାରେ ଅଭିଯୋଗ ହେବା ପରେ ମଞ୍ଚେଶ୍ୱର ଥାନା ପୁଲିସ ଏକ ମାମଲା ରୁଜ କରି ତଦନ୍ତ ଆରମ୍ଭ କରିଛି।

ଅଭିଯୋଗ ମୁତାବକ, ଉପେନ୍ଦ୍ର ଓ ତାଙ୍କ ପଡ଼ୋଶୀ ରମେଶ ବେହେରାଙ୍କର ପାରିବାରିକ ଶତ୍ରୁତା ରହିଛି। ଆଜି ଉପେନ୍ଦ୍ରଙ୍କ ଘର ସାମ୍ନାରେ ରମେଶ ଆବର୍ଜନା ଗଦାଇଥିବା ଅଭିଯୋଗ ହୋଇଥିଲା। ଉପେନ୍ଦ୍ର ଏହାକୁ ବାରଣ କରିବାରୁ ରମେଶ ତାଙ୍କୁ ଆକ୍ରମଣ କରିଥିଲେ। ବାପାଙ୍କୁ ଆକ୍ରମଣ ହେଉଥିବା ଦେଖି ଦୁଇ ପୁଅ ସୁକାନ୍ତ, ସୁମନ୍ତ ଓ ପତ୍ନୀ ଦଉଡ଼ି ଆସିବାରୁ ରମେଶଙ୍କ ପୁଅ, ଝିଅ ଲୁହା ଛଡ଼ ଓ ଭୁଜାଲିରେ ସେମାନଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର