ଇନ୍ଦୋର : ମଧ୍ୟପ୍ରଦେଶର ଇନ୍ଦୋରରେ ଘଟିଛି ଏକ ଅମାନବୀୟ ଘଟଣା । ଜଣେ ୪ବର୍ଷୀୟ ଶିଶୁ ସହ ଦୁଷ୍କର୍ମ କରିବା ପରେ ଗଳା ଚିପି କୂଅରେ ଫିଙ୍ଗି ଦେବା ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଏହି ଘଟଣାକୁ ନେଇ ପୁଲିସ ଅଭିଯୁକ୍ତକୁ ଗିରଫ କରି ନେଇଥିବା ବେଳେ ଅଭିଯୁକ୍ତଜଣଙ୍କ ଝାବୁଆର ନନ୍ଦୁ ବୋଲି ଚିହ୍ନଟ କରାଯାଇଛି ।
India Todayପୁଲିସ ଦେଇଥିବା ସୂଚନା ମୁତାବକ, ସୋମବାର ରାତିରେ ପୀଡ଼ିତା ନିଜ ମାତା-ପିତାଙ୍କ ସହ ଘର ବାହାରେ ଶୋଇଥିବା ବେଳେ ନନ୍ଦୁ ପୀଡ଼ିତାକୁ ଟେକି ନେଇଥିଲା । ପୀଡ଼ିତାଙ୍କ ବାପାଙ୍କର ନିଦ ଭାଙ୍ଗିବା ପରେ ସେ ପୀଡ଼ିତାଙ୍କୁ ପାଖରେ ନ ପାଇ ଚାରିଆଡ଼େ ଖୋଜିବା ଆରମ୍ଭ କରିଥିଲେ । ନ ମିଳିବାରୁ ପରିବାର ଲୋକେ ରାତି ୩ଟାରେ ପୁଲିସରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ତଦନ୍ତ କରିବାର ୧୬ଘଣ୍ଟା ପରେ ଘରଠାରୁ ୨୦୦ମିଟର ଦୂରରେ ଥିବା ଏକ କୂଅରେ ପୀଡ଼ିତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଶବ ବ୍ୟବଚ୍ଛେଦ ପରେ ଦୁଷ୍କର୍ମ ହୋଇଥିବା ନେଇ ସ୍ପଷ୍ଟ ହେବା ପରେ ପରିବାର ଲୋକଙ୍କ ସନ୍ଦେହରେ ନନ୍ଦୁକୁ ଗିରଫ କରାଯାଇଥିଲା । ପଚରାଉଚରା ପରେ ପୀଡ଼ିତାଙ୍କ ବାପାଙ୍କ ସହ କଳହ ଥିବାରୁ ଏପରି କରିଥିବା ନେଇ ସ୍ୱୀକାର କରିଥିଲା ନନ୍ଦୁ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/child-abuse-27-1488191449-1557294753.jpg)