ଝିଅର ମୃତଦେହକୁ ବ୍ୟାଗରେ ରଖି ମନ୍ତ୍ର ପଢ଼ୁଥିଲେ ପିତା ! ରହସ୍ୟ କ’ଣ ଜାଣନ୍ତୁ

ରାୟପୁର: ଛତିଶଗଡ଼ ବାଲୋଦା ବଜାରରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ପିତା ନିଜର ୪ବର୍ଷର ଏକ ଶିଶୁକନ୍ୟାକୁ  ହତ୍ୟା କରିବା ପରେ ବ୍ୟାଗ୍‌ରେ ପୁରାଇ ନେଉଥିବା ସମୟରେ ଧରାପଡ଼ିଛି। ଏହି ଘଟଣା ପ୍ରଘଟ ହେବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।

ଏଭଳି ଏକ ଘଟଣା ତିଲ୍ଲଦା ବ୍ଲାକ୍‌ ଓ ଛାଡିଆ ଗ୍ରାମରେ ଘଟିିଛି। ଏଠାରେ ମଙ୍ଗଳବାର ସନ୍ଧ୍ୟାରେ ୪ ବର୍ଷର ଝିଆରୀର ମୃତଦେହକୁ କାକା ବିମଲ ଦେବାଙ୍ଗନ ଏକ ବ୍ୟାଗରେ ଭର୍ତ୍ତି ଥିବାର ଦେଖିବାକୁ ପାଇଥିଲା। ଏହାପରେ ସେ ତୁରନ୍ତ ଏ ସମ୍ପର୍କରେ ପୁଲିସଙ୍କୁ ସୂଚନା ଦେଇଥିଲେ।

ବିମଲଙ୍କ କହିବାନୁସାରେ ତାଙ୍କ ଭାଇ କଳାଯାଦୁର ବଶବର୍ତ୍ତୀ ହୋଇ ଏପରି କାଣ୍ଡ ଘଟାଇଛନ୍ତି। ସେ ତାଙ୍କ ୪ବର୍ଷର ଝିଅକୁ ହତ୍ୟା କରିବା ପରେ  ମୃତଦେହକୁ ଏକ ବ୍ୟାଗରେ ଧରି କୌଣସି ଏକ ସ୍ଥାନକୁ ଯାଉଥିଲେ। ଏହି ସମୟରେ ମୋର ଆଖି ତାଙ୍କ ବ୍ୟାଗ୍‌ ଉପରେ ପଡ଼ିଥିଲା । ଭାଇଙ୍କ ହାବଭାବ ଦେଖି ମୋତେ ତାଙ୍କ ଉପରେ ସନ୍ଦେହ ହୋଇଥିଲା। ଏହାପରେ ସେ ଧରିଥିବା କଳା ଓ ଲାଲ ରଙ୍ଗର ବ୍ୟାଗରେ କ’ଣ ଅଛି ବୋଲି ଜାଣିବାକୁ ଚାହିଁଥିଲି। ତାଙ୍କର ଏକ ଫୋନ୍‌କଲ୍‌ ଆସିବାରୁ ସେ ବ୍ୟାଗ୍‌ଟିକୁ କିଛି ସମୟ ପାଇଁ ଛାଡ଼ି ଚାଲି ଯାଇଥିଲେ। ଏହାପରେ ମୁଁ ସେହି ବ୍ୟାଗକୁ ଖୋଲି ଯାହା ଦେଖିଥିଲି ମୋର ପାଦତଳୁ ମାଟି ଖସିଗଲା ପରି ଅନୁଭବ ହୋଇଥିଲା। ବ୍ୟାଗ ଭିତରେ ମୋର ଚାରିବର୍ଷ ଝିଆରୀର ଶବ ଥିଲା। ତେବେ ଭାଇଙ୍କ ସହିତ କଳାଯାଦୁରେ ଅନ୍ୟ ତିନି-ଚାରି ଜଣ ବି ସାମିଲ ଅଛନ୍ତି ବୋଲି ସନ୍ଦେହ ହେଉଛି। ଭାଇ କଳାଯାଦୁ ପାଇଁ ଆହୁରି ଦୁଇତିନିଜଣଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ।

ବିମଲଙ୍କ କହିବାନୁସାରେ ତାଙ୍କ ଭାଇ କଳାଯାଦୁର ବଶବର୍ତ୍ତୀ ହୋଇ ଏପରି କାଣ୍ଡ ଘଟାଇଛନ୍ତି। ସେ ତାଙ୍କ ୪ବର୍ଷର ଝିଅକୁ ହତ୍ୟା କରିବା ପରେ  ମୃତଦେହକୁ ଏକ ବ୍ୟାଗରେ ଧରି କୌଣସି ଏକ ସ୍ଥାନକୁ ଯାଉଥିଲେ। ଏହି ସମୟରେ ମୋର ଆଖି ତାଙ୍କ ବ୍ୟାଗ୍‌ ଉପରେ ପଡ଼ିଥିଲା । ଭାଇଙ୍କ ହାବଭାବ ଦେଖି ମୋତେ ତାଙ୍କ ଉପରେ ସନ୍ଦେହ ହୋଇଥିଲା। ଏହାପରେ ସେ ଧରିଥିବା କଳା ଓ ଲାଲ ରଙ୍ଗର ବ୍ୟାଗରେ କ’ଣ ଅଛି ବୋଲି ଜାଣିବାକୁ ଚାହିଁଥିଲି। ତାଙ୍କର ଏକ ଫୋନ୍‌କଲ୍‌ ଆସିବାରୁ ସେ ବ୍ୟାଗ୍‌ଟିକୁ କିଛି ସମୟ ପାଇଁ ଛାଡ଼ି ଚାଲି ଯାଇଥିଲେ। ଏହାପରେ ମୁଁ ସେହି ବ୍ୟାଗକୁ ଖୋଲି ଯାହା ଦେଖିଥିଲି ମୋର ପାଦତଳୁ ମାଟି ଖସିଗଲା ପରି ଅନୁଭବ ହୋଇଥିଲା। ବ୍ୟାଗ ଭିତରେ ମୋର ଚାରିବର୍ଷ ଝିଆରୀର ଶବ ଥିଲା। ତେବେ ଭାଇଙ୍କ ସହିତ କଳାଯାଦୁରେ ଅନ୍ୟ ତିନି-ଚାରି ବି ସାମିଲ ଅଛନ୍ତି ବୋଲି ସନ୍ଦେହ ହେଉଛି। ଭାଇ କଳାଯାଦୁ ପାଇଁ ଆହୁରି ଦୁଇତିନିଜଣଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ।

ତେବେ ପୁଲିସ ଅଭିଯୁକ୍ତଙ୍କୁ କାବୁ କରି ଘଟଣା ସମ୍ପର୍କରେ ପଚରାଉଚରା କରିବା ପରେ ସେ ନିଜ ଦୋଷ ସ୍ୱୀକାର କରିଥିଲେଏ। ବ୍ୟାଗ୍‌ ପାଖରେ ବସି କ’ଣ ଗୁଡାଏ ମନ୍ତ୍ର ଜପିବାରେ ଲାଗିଥିଲେ। ପ୍ରଥମେ ସେ ନିଜ ଦୋଷୀ ସ୍ୱୀକାର କରିଥିଲେ ସିନା କିନ୍ତୁ ବୁଧବାର ସକାଳେ ଅଭିଯୁକ୍ତ ନିଜ ବୟାନରୁ ମୁହଁ ଫେରାଇ ନେଇଥିଲେ। କାନ୍ଦିକାନ୍ଦି କହିଥିଲେ ମୋ ଝିଅକୁ କିଏ ହତ୍ୟା କରିଦେଇଛି ମୋତେ ଜଣା ନାହିଁ।

ପୁଲିସ ସୂତ୍ରରୁ ପ୍ରକାଶ, ଅଭିଯୁକ୍ତ ଦୀପଚାନ୍ଦ ଦେବାଙ୍ଗନ(୩୬)ଙ୍କ ନାମରେ ପୂର୍ବରୁ ଅପରାଧିକ ମାମଲାର ରେକର୍ଡ ରହିଛି। ତେବେ ୪ବର୍ଷର ମୃତ ଶିଶୁର ଶବକୁ ଉଦ୍ଧାର କରି ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ହିଁ ପ୍ରକୃତ ସତ୍ୟ କ’ଣ ଜଣାପଡ଼ିବ।

ସମ୍ବନ୍ଧିତ ଖବର