ବାପାମାଆ ବାହା ନ କରିବାରୁ ୪୦ ବର୍ଷର ପୁଅ କରିଲା ଏହି କାମ

ନୂଆଦିଲ୍ଲୀ : ପୁଅକୁ ୪୦ ବର୍ଷ ବୟସ ହେଲାଣି। ତା’ର ଇଚ୍ଛା ସେ ବାହା ହୋଇ ଘର ସଂସାର କରିବ। କିନ୍ତୁ ବାପା ମାଆ ସେଥିରେ ପ୍ରତିବନ୍ଧକ ସାଜିଛନ୍ତି। ଏଭଳି ଅବସ୍ଥା ଯୋଗୁଁ ୪୦ ବର୍ଷୀୟ ଯୁବକ ଶିବପ୍ରସାଦ ଗୁପ୍ତା ଗତ ଏଗାର ବର୍ଷ ଧରି ମାନସିକ ଅବସାଦ ଗ୍ରସ୍ତ ଥିଲେ। ଏହାପରେ ସେ ସୁପ୍ରିମକୋର୍ଟର ମିଡିଆ ପାର୍କ ପରିସରରେ ବିଷାକ୍ତ ପଦାର୍ଥ ଓ ନିଜ ବଟିକା ଖାଇଦେଲା। ପାର୍କରେ ସେହି ଯୁବକଙ୍କୁ ଅଚେତ ହେବାର ଦେଖି ଲୋକେ ସେଠାରେ ଜମା ହୋଇଥିଲେ।

ଏହାପରେ ପୁଲିସ ପୀଡ଼ିତକୁ ସ୍ଥାନୀୟ ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି କରିଥିଲା। ସେଠାରେ ତାର ସ୍ଥିତି ସଂକଟଜନକ ବୋଲି କୁହାଯାଉଛି। ଘଟଣା ସ୍ଥଳରୁ ପୁଲିସ ନିଜ ବଟିକା ମଧ୍ୟ ଜବତ କରିଛି। ତା’ଛଡା ଗତ ୩ ତାରିଖରେ ପୀଡ଼ିତ ଲେଖିଥିବା ସୁଇସାଇଡ୍‌ ନୋଟ୍‌ ମଧ୍ୟ ପୁଲିସ ପାଇଛି। ସେ ତେଲେଙ୍ଗନା ପୁଲିସ ଉଦ୍ଦେଶ୍ୟରେ ଏହି ଚିଠି ଲେଖିଥିଲା। ବାପା ମାଆ ତାର ବାହାଘର କରାଉନଥିବାରୁ ଆତ୍ମହତ୍ୟା କରିବାକୁ ଯାଉଛି ବୋଲି ତେଲେଙ୍ଗନାର ଶିବପ୍ରସାଦ ଗୁପ୍ତା (୪୦) ଲେଖିଥିଲା।

ସମ୍ବନ୍ଧିତ ଖବର