କଟକ: ମଙ୍ଗଳାବାଗ ପୁଲିସ ଅତର୍କିତ ଭାବେ ଚଢ଼ାଉ କରି ମାଛୁଆ ବଜାରସ୍ଥିତ ଏକ ଅଣଅଧିକୃତ ଦୋକାନରୁ ୪୧ ଲିଟର ୨୫୦ ମିଲିଲିଟର ବିଦେଶୀ ମଦ ଓ ୩୮ ହଜାର ୭୦୦ ଟଙ୍କା ଜବତ କରାଯାଇଛି। ବିଦେଶୀ ମଦ ବିକ୍ରି ଘଟଣାରେ ଏକ ମାମଲା ରୁଜୁ କରି ପୁଲିସ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମଙ୍ଗଳବାଗ ଥାନା ଅନ୍ତର୍ଗତ ମାଛୁଆ ବଜାରର ଧନେଶ୍ୱର ସାହୁଙ୍କର ପୁଅ କୁଶ ସାହୁ (୫୫) ଓ କୈଳାଶ ଦଳାଇଙ୍କ ପୁଅ ଦୀପକ ଦଳାଇ (୨୭)।
ପୁଲିସ କହିଛି, ଗତକାଲି ସନ୍ଧ୍ୟାରେ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ମଙ୍ଗଳବାଗ ପୁଲିସ ମାଛୁଆ ବଜାରରେ ପହଂଚିଥିଲା। ସେଠାରେ ଏକ ଅଣଅଧିକୃତ ବିଦେଶୀ ମଦ କାଉଣ୍ଟରରେ ବିଦେଶୀ ମଦ ବ୍ୟବସାୟ ଚାଲିଥିବା ପୁଲିସ ଜାଣିଥିଲା। ତଦନ୍ତ ସମୟରେ ବିଭିନ୍ନ ଟ୍ରେଡ ବ୍ରାଣ୍ଡର ୧୩୦ ବୋତଲ ବିଦେଶୀ ମଦ ମିଳିଥିଲା। ଏଥିରୁ ୩ଟି ବୋତଲରୁ ମଦ ଖୁଚୁରା ବିକ୍ରି କରାଯାଉଥିଲା। ପୁଲିସ ସେଠାରୁ ୧୦ଟି ବ୍ୟବହୃତ ପ୍ଲାଷ୍ଟିକ ଗ୍ଲାସ ଓ ୨୫ଟି ବ୍ୟବହାର ହୋଇ ନ ଥିବା ପ୍ଲାଷ୍ଟିକ ଗ୍ଲାସ ପାଇଥିଲା।
/sambad/media/post_attachments/wp-content/uploads/2020/10/liqure-Sambad.jpg)
ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଥିଲା ଯେ, କୁଶ ସାହୁ ମାଛୁଆ ବଜାର ଏଲ୍ଆଇସି କାର୍ଯ୍ୟାଳୟ ନିକଟରେ ‘କ୍ରେଜି ଓ୍ଵାଇନ୍ ସପ୍’ ନାଁରେ ଏକ ବିଦେଶୀ ମଦ ଦୋକାନ ଖୋଲିଛି। ଏହି ଦୋକାନ ତା’ର ଭଉଣୀ ଅଂଜଳି ବେହେରା ନାଁରେ ଅଛି। ମଦ ଦୋକାନରେ ମିଥୁନ ଓରଫ ଦୀପକ ଦଳେଇ ମ୍ୟାନେଜର ଭାବେ କାମ କରୁଥିଲା। ଗାନ୍ଧୀ ଜୟନ୍ତୀ ଅବସରରେ ଗତକାଲି ମଦ ଦୋକାନଗୁଡ଼ିକ ବନ୍ଦ ରଖିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ ସୁଦ୍ଧା କୁଶ ଆଇନ ଉଲ୍ଲଂଘନ କରି ଦୋକାନ ଖୋଲିଥିବା ପ୍ରକାଶ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/beer-fake-03_Thumb-1.jpg)