ନୂଆଦିଲ୍ଲୀ : ପୂର୍ବରୁ ଜଣେ ପୁରୁଷ ଜଣେ ମହିଳା ସହ ଦୁଷ୍କର୍ମ କରୁଥିବାର ଘଟଣା ସାମ୍ନାକୁ ଆସିଛି । କିନ୍ତୁ ଜଣେ ମହିଳା କିଭଳି ଏକ ୧୫ବର୍ଷୀୟ ନାବାଳକ ସହ ୨ବର୍ଷ ପର୍ଯ୍ୟନ୍ତ ଦୁଷ୍କର୍ମ କରୁଥିଲେ, ତାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଖାଲି ସେତିକି ନୁହେଁ, ୨ ବର୍ଷ ପର୍ଯ୍ୟନ୍ତ ପୀଡ଼ିତକୁ ଧମକାଇ ତାଙ୍କ ସହ ଶାରୀରିକ ସଂପର୍କ ରଖିବା ସହ ଶେଷରେ ସେ ତାଙ୍କ ଯମଜ ସନ୍ତାନର ମା’ ବନିଥିଲେ । ଘଟଣା ବିଷୟରେ କାହାକୁ ଜଣା ନ ଥିବା ବେଳେ ଫେସ୍ବୁକ୍ରେ ଅଭିଯୁକ୍ତ ମହିଳା କରିଥିବା କାମ ତାଙ୍କୁ ପୁଲିସ ହାତରେ ଧରା ପକାଇଥିଲା ।
ସୂଚନା ମୁତାବକ, ଘଟଣାଟି ଫ୍ଲୋରିଡାରେ ଘଟିଛି । ଅଭିଯୁକ୍ତ ସ୍ପ୍ରିଙ୍ଗ ଟର୍ଣ୍ଣର(୪୧)ଙ୍କ ଘରକୁ ସଂନ୍ଧ୍ୟା ସମୟରେ ଶ୍ୟାମ ନାମକ ଜଣେ ୧୫ବର୍ଷୀୟ ବାଳକ କାମ କରିବାକୁ ଆସୁଥିଲେ । ଦିନେ ଟର୍ଣ୍ଣର ଶ୍ୟାମଙ୍କୁ ନିଶା ଦେଇ ତାଙ୍କ ସହ ଶାରୀରିକ ସଂପର୍କ ରଖିବା ସହ ତାଙ୍କୁ ବ୍ଲାକ୍ମେଲ କରିବା ଆରମ୍ଭ କରିଥିଲେ । ପୀଡ଼ିତ ଏହାକୁ ବିରୋଧ କରିଥିଲେ ମଧ୍ୟ କାମରୁ ବାହାର କରିଦେବି ବୋଲି କହି ଟର୍ଣ୍ଣର ତାଙ୍କ ସହ ଶାରୀରିକ ସଂପର୍କ ରଖି ଆସୁଥିଲେ । ଦୁଇ ବର୍ଷ ପରେ ସେ ତାଙ୍କ ଜମଜ ସନ୍ତାନର ମା’ ହେବା ପରେ ଫେସ୍ବୁକ୍ରେ ଏକ ଷ୍ଟାଟସ ଅପ୍ଡେଟ୍ କରିଥିଲେ । ଯେଉଁଥିରେ ସେ ୧୭ବର୍ଷର ଏକ ପୁଅ ଓ ଦୁଇ ଜମଜ ସନ୍ତାନର ମା’ ବୋଲି ଲେଖିଥିଲେ ମଧ୍ୟ ରିଲେସନ୍ସିପ୍ ଷ୍ଟାଟସକୁ ସିଙ୍ଗଲ ବୋଲି ଲେଖିଥିଲେ । ଏଭଳି ଷ୍ଟାଟସ ଦେଖି ପୀଡ଼ିତଙ୍କ ପରିବାର ସହ ଜଡ଼ିତ ଜଣେ ଯୁବକଙ୍କୁ ସନ୍ଦେହ ହେବାରୁ ସେ ପୁଲିସକୁ ମେଲ୍ ପଠାଇ ସୂଚନା ଦେଇଥିଲେ । ଯାହା ପରେ ପୁଲିସ ଯାଞ୍ଚ କରିବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା ।