ମେକ୍ସିକୋ ସିଟି: ଗତସପ୍ତାହରେ ନିଖୋଜ ହୋଇଯାଇଥିବା ୭ଜଣ ଯୁବାଙ୍କର ସନ୍ଧାନ ନିଆଯାଉଥିବା ବେଳେ ପଶ୍ଚିମ ମେକ୍ସିକୀୟ ପ୍ରଦେଶ ଜେଲିସ୍କୋର ଗୋଟାଏ ପାହାଡ଼ ଖାଇରୁ ମଣିଷର ଶରୀରର ବିଭିନ୍ନ ଅଂଶ ପଶିଥିବା ଅନ୍ୟୂନ ୪୫ଟି ବସ୍ତା ଉଦ୍ଧାର କରାଯାଇଛି ବୋଲି ଗୁରୁବାର ଦିନ ସ୍ଥାନୀୟ ସରକାରୀ ଅଧିକାରୀମାନେ କହିଛନ୍ତି।
ଜାରି କରିଥିବା ବିବୃତିରେ ରାଜ୍ୟ ପ୍ରୋସିକ୍ୟୁଟର୍ କାର୍ଯ୍ୟାଳୟ କହିଛି, ପୁରୁଷ ଓ ମହିଳାଙ୍କ ଶରୀରର ଅଙ୍ଗପ୍ରତ୍ୟଙ୍ଗ ଭରା ଅନ୍ୟୂନ ୪୫ଟି ବସ୍ତା ଉଦ୍ଧାର କରାଯାଇଛି।
Image Courtesy of NDTVବିଶାଳ ଇଣ୍ଡଷ୍ଟ୍ରିଆଲ୍ ହବ୍ ଗୁଆଡ଼ାଲାଜାରା ଉପନଗରୀର ଜପୋପାନ୍ ପୌରାଞ୍ଚଳ ଅନ୍ତର୍ଗତ ୧୨୦ ଫୁଟ୍ ଗଭୀର ପାହାଡ଼ ଖାଇରୁ ମଙ୍ଗଳବାର ଦିନ ଏ ସବୁ ଉଦ୍ଧାର କରାଯାଇଥିଲା।
ମେ ୨୦ ତାରିଖଠାରୁ ନିରୁଦ୍ଦିଷ୍ଟ ହୋଇଯାଇଥିବା ପ୍ରାୟ ୩୦ ବର୍ଷ ବୟସ୍କ ୨ଜଣ ମହିଳା ଓ ୫ ଜଣ ଯୁବକଙ୍କ ସନ୍ଧାନ ନେବା ପାଇଁ ସରକାରୀ କର୍ତ୍ତୃପକ୍ଷମାନେ ତଲାସ ଆରମ୍ଭ କରିଥିଲେ। ନିରୁଦ୍ଦିଷ୍ଟ ବ୍ୟକ୍ତିମାନଙ୍କ ସଂକ୍ରାନ୍ତରେ ଭିନ୍ନ ଭିନ୍ନ ଦିନ ରିପୋର୍ଟ କରାଯାଇଥିଲେ ମଧ୍ୟ ସେମାନେ ସମସ୍ତେ ଗୋଟିଏ କଲ୍ ସେଣ୍ଟର୍ରେ କାର୍ଯ୍ୟ କରୁଥିଲେ। ମାନବ ଦେହାବଶେଷ ମିଳିଥିବା ଅଞ୍ଚଳରେ ହିଁ ଉକ୍ତ କଲ୍ ସେଣ୍ଟର୍ ଅବସ୍ଥିତ।
Image Courtesy of Deccan Heraldଉଦ୍ଧାର କରାଯାଇଥିବା ବସ୍ତାଗୁଡ଼ିକରୁ ମୃତବ୍ୟକ୍ତିମାନଙ୍କର ସଂଖ୍ୟା ଏବଂ ସେମାନଙ୍କର ପରିଚୟ ଜାଣିବାକୁ ଫୋରେନ୍ସିକ୍ ବିଶେଷଜ୍ଞମାନେ ଉଦ୍ୟମ ଚଳାଇଛନ୍ତି।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଉକ୍ତ କଲ୍ ସେଣ୍ଟର୍ ବେଆଇନ କାର୍ଯ୍ୟକଳାପରେ ସମ୍ପୃକ୍ତ ଥାଇପାରେ। କିନ୍ତୁ, ଆଞ୍ଚଳିକ ଗଣମାଧ୍ୟମ ରିପୋର୍ଟ କରିଛି ଯେ, ସରକାରୀ କର୍ତ୍ତୃପକ୍ଷମାନେ ଗଞ୍ଜେଇ, ଖଣ୍ଡେ କପଡ଼ା ଏବଂ ସଫେଇ ପାଇଁ ବ୍ୟବହୃତ ଚିରା କପଡ଼ା ଓ ବ୍ୟବସାୟ କାର୍ଯ୍ୟକଳାପ ବୋଲି ଜଣାପଡୁଥିବା ଅନ୍ୟାନ୍ୟ ଜାଗଜପତ୍ର ପାଇଛନ୍ତି। ଉକ୍ତ ଚିରା କପଡ଼ାରେ ରକ୍ତ ଲାଗିଥିବା ପରି ଜଣାପଡୁଛି।
ସୂଚନାଯୋଗ୍ୟ, ୨୦୦୬ ଡିସେମ୍ବରରୁ ବିବାଦୀୟ ‘ଆଣ୍ଟି-ଡ୍ରଗ୍ ଅଫେନ୍ସିଭ୍’ ଆରମ୍ଭ ହେବା ପରଠାରୁ ମେକ୍ସିକୋ ୩୪୦,୦୦୦ ନରହତ୍ୟା ଓ ପ୍ରାୟ ୧୦୦୦୦୦ ବ୍ୟକ୍ତି ନିରୁଦ୍ଦିଷ୍ଟ ହୋଇଥିବା ରେକର୍ଡ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/45-Packet-Human-Body-Parts-Found-in-Down-Hill_Thumbnail-1.jpg)