ବାଲିଅନ୍ତା: ବାଳକାଟି ଫାଣ୍ଡି ଅଧୀନ ଅଲାରପୁର ଗ୍ରାମର ଜଣେ ବ୍ରାସବ୍ର୍ୟାଣ୍ଡ ମାଲିକଙ୍କ ଷ୍ଟେଟ୍ ବ୍ୟାଙ୍କ ଆକାଉଣ୍ଟରୁ ୪୫ ହଜାର ଟଙ୍କା ଲୁଟ୍ ହୋଇଯାଇଥିବା ନେଇ ଅଭିଯୋଗ ହୋଇଛି। ଏଭଳି ସାଇବର ଠକେଇର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଲେ ଅରକ୍ଷିତ ଆଚାର୍ଯ୍ୟ। ଏ ସଂପର୍କରେ ସେ ଆଜି ବାଳକାଟି ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଗ୍ରହଣ କରି ଫାଣ୍ଡି ଅଧିକାରୀ ତାଙ୍କୁ କ୍ରାଇମ୍ବ୍ରାଞ୍ଚ ସାଇବର ସେଲ୍ କିମ୍ବା କଟକସ୍ଥିତ ସାଇବର ଥାନାର ସହାୟତା ନେବାକୁ ପରାମର୍ଶ ଦେଇଥିଲେ। ଶ୍ରୀ ଆଚାର୍ଯ୍ୟଙ୍କ ସୂଚନାନୁସାରେ କେହି ଜଣେ ତାଙ୍କୁ ଷ୍ଟେଟ ବ୍ୟାଙ୍କର ଜଣେ ଅଧିକାରୀର ପରିଚୟ ଦେଇ ତାଙ୍କ ଏଟିଏମ୍ କାର୍ଡର ସିକ୍ରେଟ ନମ୍ବର ମାଗିଥିଲେ। ସେ ସିକ୍ରେଟ ନମ୍ବର ଦେବା ପରେ ତାଙ୍କ ଆକାଉଣ୍ଟରୁ ତିନି ଥରରେ ୪୫ ହଜାର ଟଙ୍କା ଉଠାଣ ହୋଇଥିବା ନେଇ ତାଙ୍କ ମୋବାଇଲ୍କୁ ମେସେଜ୍ ଆସିଥିଲା। ଏ ସଂପର୍କରେ ଶ୍ରୀ ଆଚାର୍ଯ୍ୟ ବାଳକାଟି ସ୍ଥିତ ଷ୍ଟେଟ୍ ବ୍ୟାଙ୍କ ଶାଖା ପରିଚାଳକଙ୍କୁ ମଧ୍ୟ ଅବଗତ କରିଛନ୍ତି।
ବ୍ରାସବ୍ୟାଣ୍ଡ ମାଲିକଙ୍କ ଏଟିଏମ୍ରୁ ୪୫ ହଜାର ଟଙ୍କା ଲୁଟ୍
/sambad/media/post_attachments/wp-content/uploads/2018/01/Screen-Shot-2017-03-04-at-6.29.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)