ବିଜୟଓ୍ଵାଡ଼ା: ଶିଶୁ ଯୌନ ନିର୍ଯାତନା ଦିନକୁ ଦିନ ବଢ଼ି ବଢ଼ି ଯାଉଛି। ବିଭିନ୍ନ ସମୟରେ ନାବଳକ, ନାବାଳିକାମାନେ ଯୌନ ଶୋଷଣର ଶିକାର ହେଉଥିବା ବେଳେ ଏମାନଙ୍କ ସୁରକ୍ଷା ପାଇଁ ପୋକସୋ ଆଇନ୍କୁ କଡ଼ାକଡ଼ି କରାଯାଇଛି। ଏହା ସତ୍ତ୍ୱେ ଆମ ମାନସିକତାର କୌଣସି ପରିବର୍ତ୍ତନ ହେଉ ନାହିଁ। ନିକଟରେ ଜଣେ ୪୫ ବର୍ଷୀୟା ମହିଳା ଜଣେ ୧୫ ବର୍ଷୀୟ ନାବଳକକୁ ଦୁଷ୍କର୍ମ କରିଛନ୍ତି। କେବଳ ଦୁଷ୍କର୍ମ କରି ନାହାଁନ୍ତି, ମାସ ମାସ ଧରି ତାଙ୍କୁ ଯୌନ ନିର୍ଯାତନା ଦେଇଛନ୍ତି। ଏହି ଅଭିଯୋଗରେ ପୁଲିସ ସମ୍ପୃକ୍ତ ମହିଳାଙ୍କୁ ଗିରଫ କରିଛନ୍ତି।ପୁଲିସ ରିମାଣ୍ଠଡରେ ଥିବା ମହିଳାଜଣକ ଏହି ନରାବଳକଙ୍କୁ ଦୁଷ୍କର୍ମ କରିଥିବା ସ୍ୱୀକାର କରିଛନ୍ତି।
ବିଜୟଓ୍ଵାଡାର ନୁନ୍ନା ଥାନା ପୁଲିସ ଠାରୁ ପ୍ରକାଶ ଯେ, ସମ୍ପୃକ୍ତ ନାବାଳକ ଜଣକ ନିକଟରେ ତାଙ୍କ ସମ୍ପର୍କୀୟଙ୍କ ଘରେ ଗ୍ରୀଷ୍ମାବକାଶ ବିତାଇ ବିଜୟଓ୍ଵାଡାରୁ ନୁନ୍ନାକ ଫେରିିଛନ୍ତି। ତାଙ୍କ ଘର ପାଖରେ ଜଣେ ୪୫ ବର୍ଷୀୟା ବିଧବା ମହିଳା ଗତ ୭ ବର୍ଷ ହେଲା ରହୁଛନ୍ତି। ସେ ସମ୍ପୃକ୍ତ ନାବାଳକଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଘରକୁ ଡାକି ନେଇଥାନ୍ତି। ପ୍ରଥମ ଥର ସେ ତାଙ୍କୁ ଏହି ପରି ଡାକି ନେବା ପରେ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ନାବାଳକଙ୍କୁ ବାଧ୍ୟ କରିଥିଲେ ମହିଳା। ଏହା ତେବେ ଏହି ଘଟଣା ଥରେ ଘଟିି ନାହିଁ। ପୁଲିସ ସୂଚନା ଅନୁଯାୟୀ, ମାସାଧିକ କାଳ ଧରି ମହିଳାଜଣକ ସମ୍ପୃକ୍ତ ନାବାଳକଙ୍କୁ ଦୁଷ୍କର୍ମ କରିଛନ୍ତି। ତେବେ ଏ ନେଇ ସମ୍ପୃକ୍ତ ନାବାଳକଙ୍କ ପରିବା ଓ ପଡୋଶୀ ମହିଳାଙ୍କ ଚରିତ୍ର ନେଇ ସନ୍ଦେହ କରୁଥିଲେ ମଧ୍ୟ କୌଣସି ଠୋସ ପ୍ରମାଣ ପାଉ ନ ଥିଲେ। ଗତ ଶନିବାର ଦିନ ନାବଳକଙ୍କୁ ଏକୁଟିଆ ପାଇ ମହିଳାଜଣକ ସମ୍ପୃକ୍ତ ନାବାଳକଙ୍କ ସହିତ ଯୋରଜବରଦସ୍ତ ଯୌନକ୍ରୀୟାରେ ବ୍ୟସ୍ତ ଥିବା ବେଳେ ପଡୋଶୀ ଓ ନାବାଳକଙ୍କ ମା ଏହା ଦେଖି ଦେଇଥିଲେ ଓ ମହିଳାଙ୍କୁ ଅଟକ ରଖି ଏ ନେଇ ନୁନ୍ନା ଥାନାରେ ମହିଳାଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ପୋକ୍ସୋ ଆକ୍ଟର ଧାରା ୪ରେ ମହିଳାଙ୍କ ବିରୋଧରେ ଅଭିଯୋଗ କରିଥିଲେ। ପୁଲିସ ଏ ନେଇ ଏକ ମାମଲା ରୁଜୁ କରିବା ସହିତ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଗିରଫ କରିଛି। ଉଭୟ ନାବାଳକ ଓ ମହିଳାଙ୍କର ଡାକ୍ତରୀ ମାଇନା କରାଯାଇଛି । ତଦନ୍ତରୁ ମହିଳାଜଣକ ମାସାଧିକ କାଳ ନାବାଳିକାଙ୍କୁ ଯୌନଶୋଷଣ କରିଥିବା ଜଣାପଡ଼ିଛି ବୋଲି ନୁନ୍ନା ଥାନା ଅଧିକାରୀ କହିଛନ୍ତି। ପୁଲିସ ସମ୍ପୃକ୍ତ ମହିଳାଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରୁଛି।
୪୫ ବର୍ଷୀୟ ବିଧବାଙ୍କ ସ୍ୱୀକୋରୋକ୍ତି,୧୫ ବର୍ଷିୟ ନାବାଳକଙ୍କୁ ୧ ମାସ ଧରି କରୁଥିଲେ ଦୁଷ୍କର୍ମ
/sambad/media/post_attachments/wp-content/uploads/2018/06/hand-copy.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)