ବିଜୟଓ୍ଵାଡ଼ା: ବମ୍ବେ କଲୋନିରେ ଜଣେ ୧୪ ବର୍ଷିୟ ବାଳକ ସହ ଦୁଷ୍କର୍ମ କରିଥିବା ଅଭିଯୋଗରେ ଜଣେ ୪୫ ବର୍ଷୀୟ ମହିଳାଙ୍କୁ ଗିରଫ କରାଯାଇ ‘ପ୍ରୋଟେକ୍ସନ୍ ଅଫ୍ ଚିଲ୍ଡ୍ରେନ୍ ଫ୍ରମ୍ ସେକ୍ସୁଆଲ୍ ଅଫେନ୍ସେସ୍’ ଆଇନ୍ରେ ବୁକ୍ କରାଯାଇଛି।
ଜଣେ ମହିଳାଙ୍କୁ କଠୋର ପୋକ୍ସୋ ଆଇନ୍ରେ ବୁକ୍ କରାଯିବାରେ ଏ ହେଉଛି ଦେଶରେ ଦ୍ୱିତୀୟ ଏବଂ ଆନ୍ଧ୍ରପ୍ରଦେଶରେ ତୃତୀୟ ଘଟଣା। ଜାନୁଆରି ୨୦୧୭ରେ ଘଟିଥିବା ପ୍ରଥମ ମାମଲାରେ ପୁଦ୍ଦୁଚେରୀରେ ଜଣେ ମଧ୍ୟ ବୟସ୍କା ମହିଳା ଜଣେ ଦଶମ ଶ୍ରେଣୀର ବାଳକ ସହ ଦୁଷ୍କର୍ମ କରିଥିବା ଅଭିଯୋଗରେ ପୋକ୍ସୋ ଆଇନ୍ରେ ବୁକ୍ ହୋଇଥିଲେ।
ପୁଲିସ କହିବା ଅନୁସାରେ, ଅଭିଯୁକ୍ତା ପୀଡ଼ିତାଙ୍କର ପଡ଼ୋଶୀ। ଦୁଇ ଝିଅଙ୍କୁ ବାହା କରାଇ ଦେଇ ସେ ମହିଳା ଜଣକ ଏକଲା ରହୁଥିଲେ। ଆଠ ବର୍ଷ ତଳେ ତାଙ୍କ ସ୍ୱାମୀଙ୍କର ଦେହାନ୍ତ ହୋଇ ଯାଇଥିଲା।
ବାଳକଟିର ପିତାମାତାଙ୍କ ଅଭିଯୋଗ ଆଧାରରେ ସେ ମହିଳାଙ୍କୁ ଗିରଫ କରାଯାଇ ପୀଡ଼ିତକୁ ଡାକ୍ତରୀ ମାଇନା ପାଇଁ ପଠାଯାଇଛି।
ଅଭିଯୋଗ ଅନୁସାରେ, ଆତ୍ମୀୟଙ୍କ ଘରେ ରହିବାକୁ ଯାଇ ଘରକୁ ଫେରିବାକୁ କୁଣ୍ଠାବୋଧ କରୁଥିଲା ସେ ବାଳକ। ପଚାରା ଯିବାରୁ ବାଳକଟି ତା’ର ପିତାମାତାଙ୍କୁ କହିଲା କି, ସେ ମହିଳା ଜଣକ ତାଙ୍କ ସହ ବହୁ ଥର ଦୁଷ୍କର୍ମ କରିବା ସହ ପୁଣି ଯେତେବେଳେ ଡକାଇବା ସେତେବେଳେ ଆସିବାକୁ ଧମକ ଦେଇ କହିଛନ୍ତି। ସପ୍ତାହେ ତଳେ ବାଳକଟିର ପିତାମାତା ଅଭିଯୋଗ ଦାଏର୍ କରିଥିଲେ। ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ପୁଲିସ ସେ ମହିଳାଙ୍କୁ ଗିରଫ କରିଛି।
ନୁନ୍ନା ପୁଲିସ ଇନ୍ସ୍ପେକ୍ଟର୍ ଆଇ. ଦୁର୍ଗା ରାଓ କହନ୍ତି: ଅଭିଯୋଗ ପାଇବା ପରେ ଆମେ ପୀଡ଼ିତର ପିତାମାତା ଓ ପଡ଼ିଶାଙ୍କ ସହ କଥାବାର୍ତ୍ତା ହୋଇଥିଲୁ। ଆମେ ସେ ମହିଳାଙ୍କୁ ଗିରଫ କରି ପୋକ୍ସୋ ଆଇନ୍ରେ ବୁକ୍ କରିଛୁ। ପୋକ୍ସୋ ମାମାଲା ହୋଇଥିବାରୁ ଏ ସଂକ୍ରାନ୍ତରେ ଆମେ ଅଧିକ ବିବରଣୀ ଦେଇ ପାରୁନାହୁଁ।