କୋଲକାତା : କୋଲକାତାରେ ଘଟିଛି ଏକ ଅମାନବୀୟ ଘଟଣା । ଜଣେ ୪୫ବର୍ଷିୟ ବ୍ୟକ୍ତି ୩ବର୍ଷର ଶିଶୁକନ୍ୟାକୁ ନିଜ କାମବାସନାର ଶିକାର କରିଛି । ଏହି ଘଟଣା ପରେ ଶିଶୁକନ୍ୟାକୁ ଡ଼ାକ୍ତରଖାନା ନିଆଯାଇଥିବା ବେଳେ ଅଭିଯୁକ୍ତ ଶେଖ୍ ମୁନ୍ନାଙ୍କୁ ଗିରଫ କରିଛି ପୁଲିସ । ପୀଡ଼ିତାଙ୍କ ଅବସ୍ଥା ସ୍ଥିର ଅଛି ବୋଲି ଜଣା ପଡ଼ିଥିବା ବେଳେ ଫରେନ୍ସିକ୍ ରିପୋର୍ଟକୁ ଅପେକ୍ଷା କରିଛି ପୁଲିସ ।
ସୂଚନା ମୁତାବକ, ଏହି ଘଟଣାଟି ସୋମବାର ସନ୍ଧ୍ୟାରେ ଘଟିଥିଲା । ଉତ୍ତର କୋଲକାତାର କେନାଲ ରୋଡ଼ରେ ଠିଆ ହୋଇଥିବା ଏକ ବସ୍ର କ୍ଲିନର ଶିଶୁକନ୍ୟାକୁ ଏକା ଦେଖି ବସ୍ ଭିତରକୁ ଟାଣି ନେବା ସହ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ପୀଡ଼ିତା ଜଣଙ୍କ ତା’ ଭାଇ ସହ ଖେଳୁଥିବା ବେଳେ ଶେଖ୍ ମୁନ୍ନା ତାଙ୍କୁ ଚକୋଲେଟ୍ ଦେବା ବାହାନାରେ ଡ଼ାକି ଏପରି କରିଥିବା ଜଣା ପଡ଼ିଛି । ନିଜ ଭଉଣୀର ଚିତ୍କାର ବସ୍ ଭିତରୁ ଶୁଣିବା ପରେ ଭାଇ ମୋ ଭଉଣୀକୁ ଛାଡ଼ି ଦିଅ ବୋଲି କେତେ ନେହୁରା ହୋଇଥିଲେ ମଧ୍ୟ ମୁନ୍ନା ତାଙ୍କ କଥା ଶୁଣି ନ ଥିଲେ ।
/sambad/media/post_attachments/wp-content/uploads/2018/03/download-15.jpg)
ଏହା ପରେ ପୀଡ଼ିତାଙ୍କ ଭାଇ ଦୌଡ଼ି ଯାଇ ତାଙ୍କ ମା’ଙ୍କୁ ଏ ବିଷୟରେ ଜଣାଇବା ପରେ ତାଙ୍କ ମା’ ପଡ଼ୋଶୀଙ୍କ ସାହାଯ୍ୟରେ ବସ୍ ଭିତରୁ ତାଙ୍କ ଝିଅଙ୍କୁ ବଞ୍ଚାଇଥିଲେ । ନିଜ ଝିଅକୁ ରକ୍ତାକ୍ତ ଅବସ୍ଥାରେ ଦେଖି ପୀଡ଼ିତାଙ୍କ ମା’ ଅଭିଯୁକ୍ତକୁ ମାଡ଼ ମାରିବା ସହ ପୁଲିସକୁ ଏନେଇ ସୂଚନା ଦେଇଥିଲେ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିବା ସହ ବସରେ ପଡ଼ିଥିବା ରକ୍ତର ନମୁନା ସଂଗ୍ରହ କରିଥିଲେ ଫରେନ୍ସିକ୍ ଟିମ୍ । ପୀଡ଼ିତାଙ୍କୁ ଡ଼ାକ୍ତରଖାନା ନିଆଯିବା ପରେ ତାଙ୍କର ରକ୍ତସ୍ରାବ ବନ୍ଦ ହେଉ ନଥିବା ଦେଖି ଡ଼ାକ୍ତରମାନେ ଶିଶୁକନ୍ୟାର ବଞ୍ଚିବାର ଆଶା ଛାଡ଼ି ଦେଇଥିଲେ । କିନ୍ତୁ ସେମାାନଙ୍କ ଚେଷ୍ଟା ଫଳରେ ଶିଶୁକନ୍ୟାର ରକ୍ତସ୍ରାବ ବନ୍ଦ ହେବା ସହ ତା'ର ବଞ୍ଚିବାର ସୁଯୋଗ ସୃଷ୍ଟି ହୋଇଛି ବୋଲି ଡ଼ାକ୍ତର କହିଛନ୍ତି ।