ପୁଣେ: ମହାରାଷ୍ଟ୍ରର ପୁଣେରେ ଜଣେ ୧୯ବର୍ଷୀୟ ଯୁବତୀଙ୍କୁ ଡରାଇ, ଧମକାଇ ୪୬ବର୍ଷୀୟ ବ୍ୟକ୍ତି ବିବାହ କରିଥିବାର ମାମଲା ସାମ୍ନାକୁ ଆସିଛି। ସଙ୍ଗାବି ପୁଲିସ ଅଭିଯୁକ୍ତ ସ୍କୁଲ ଶିକ୍ଷକ ଉତ୍ତମ ବିଠୁଲ କାଲେଙ୍କୁ ଗରଫ କରିଛି।

Advertisment

ପୀଡିତାଙ୍କ କହିବାନୁସାରେ, ବିବାହ ସମୟରେ କାଲେଙ୍କୁ ବିବାହ କରିବାକୁ ସେ ଯେତେବେଳେ ମନା କରିଥିଲେ ବି ତାକୁ ଡରାଇ ଧମକାଇ ବିବାହ କରି ଦେଇଥିଲେ। ଏହି ଘଟଣାକୁ ନେଇ ଯୁବତୀ ନିଜ ପିତାମାତା ସମେତ ପାଖାପାଖି ୧୫ଜଣ ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଛି।

publive-image

ପୁଲିସ ସୂତ୍ରରୁ ପ୍ରକାଶ, ସଙ୍ଗାବି ପୁଲିସ ଥାନାରେ ଦୀପ୍ତି ଦୟାନନ୍ଦ ଗାୟକଓ୍ଵାଡ ନାମକ ଯୁବତୀ ନିଜର ମା’ ଆନିତା ଗାୟକଓ୍ଵାଡ(୩୬), ପିତା ଦୟାନନ୍ଦ ଗାୟକଓ୍ଵାଡ(୪୬), ଅନ୍ୟ ସମ୍ପର୍କୀୟ ଶାମା ମାନେ (୫୪), ମଚ୍ଛିନ୍ଦ୍ର ମାନେ(୪୬), ରବି ମାନେ (୨୯), ଶାମଲ ମାନେ(୨୫), ରୁପାଲି ଭାଣ୍ଡଲେ (୩୦), ରାହୁଲ ଭାଣ୍ଡଲେ (୩୧), ସ୍ୱାମୀ ଉତ୍ତମ ବିଠଲ କାଲେ (୪୬) ସମେତ ଅନ୍ୟ ଛଅଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି।

ପୁଲିସ ସୂତ୍ରରୁ ପ୍ରକାଶ, ଉତ୍ତମ ବିଠ କାଲେ ପୀଡିତାଙ୍କ ପରିବାର ଲୋକଙ୍କୁ ଟଙ୍କାର ଲୋଭ ଦେଖାଇ ବିବାହ କରିଥିଲା। ଯାହାଫଳରେ କି ପୀଡିତା ପିତା ଦୟାନନ୍ଦ ଗାୟକଓ୍ଵାଡ ମାର୍ଚ୍ଚ ୨୨ରେ ଜୋରଜବରଦସ୍ତି ଆଲନ୍ଦି ନିବାସି ଶିକ୍ଷକ ଉତ୍ତମ ବିଠଲ କାଲେଙ୍କ ସହିତ ଝିଅର ବିବାହ କରିଥିଲେ।

ତେବେ ବିବାହ ପରେ ଦୀପ୍ତି ଏକ ଭିଡିଓ ଜାରି କରି କରିଥିଲା। ଏହି ଭିଡିଓ ଭାଇରାଲ ହୋଇଛି। ଦୀପ୍ତି କହିଛନ୍ତି ସ୍ୱାମୀ କାଲେ ପୂର୍ବରୁ ବିବାହିତ ତାଙ୍କର ୧୪ବର୍ଷର ଏକ କନ୍ୟା ସନ୍ତାନ ବି ଅଛି କିନ୍ତୁ ସେ କେବଳ ପୁତ୍ର ସନ୍ତାନ ପାଇର୍ ମୋତେ ବିବାହ କରିଛନ୍ତି।