କମିସନରେଟ୍‌ ପୁଲିସର ସ୍ପେସାଲ ଡ୍ରାଇଭ୍‌ : ବନ୍ଧା ହେଲେ ୪୭ ଅଭିଯୁକ୍ତ

ଭୁବନେଶ୍ବର : କମିସନରେଟ୍ ପୁଲିସ ପକ୍ଷରୁ ଗତ ୫ ତାରିଖଠାରୁ ୧୧ ତାରିଖ ସପ୍ତାହକ ମଧ୍ୟରେ କରାଯାଇଥିବା ସ୍ପେସାଲ ଡ୍ରାଇଭ୍‌ରେ ପୁଲିସ ୪୭ ଜଣ ଅପରାଧୀଙ୍କୁ ଗିରଫ କରିଛି। ଯେଉଁଥିରେ ୨୨ଟି ବେଆଇନ୍ ନିଶା କାରବାର ସ୍ଥାନରେ ଚଢ଼ଉ କରି ୨୦ ଜଣ ବ୍ୟବସାୟୀ, ଗୋଟିଏ ଜୁଆ ଆଡ଼ାରୁ୧୦ ଜଣ, ଚୋରା ବନ୍ଧୁକ କାରବାର ମାମଲାରେ ଜଣେ, ବେଆଇନ୍‌ ବାଣ ବିକ୍ରି ମାମଲାରେ ୨ଜଣ, ୯ ୱାରେଣ୍ଟି ଓ ୫ଜଣ ଅଭ୍ୟାସଗତ ଅପରାଧୀ ସାମିଲ ଅଛନ୍ତି। ୫ଜଣ ଅଭ୍ୟାସଗତ ଅପରାଧୀଙ୍କୁ ସିଆର୍‌ପିସି ୧୧୦ରେ ଗିରଫ କରାଯାଇଛି। ପୁଲିସ ସେମାନଙ୍କଠାରୁ ୮୧ହଜାର ଟଙ୍କା, ଗୋଟିଏ ବନ୍ଧୁକ, ୩ ଗୁଳି ଓ ବାଣ ଜବତ କରିଛି।

ସେହିପରି କଟକ ଓ ଭୁବନେଶ୍ବରର ୧୫ ଟି ସ୍ଥାରେ ବ୍ଲକିଂ ବେଳେ ପୁଲିସ ନିୟମ ଭଙ୍ଗ କରିଥିବା ଚାଳକ ଓ ନିଶାସକ୍ତ ଚାଳକଙ୍କ ଠାରୁ ୮ଲକ୍ଷ ୮୧ ହଜାର ୨ଶହ ଟଙ୍କା ଜରିମାନା ଆଦାୟ କରିଛି। ତେବେ ଆଗକୁ ରାଜଧାନୀରେ ହକି ବିଶ୍ବକପ ହେବାକୁ ଥିବାରୁ ଏହି ପ୍ରକ୍ରିୟା ଜାରି ରହିବ। ଖୁବ୍‌ଶୀଘ୍ର ଅନ୍ୟ ଅପରାଧୀଙ୍କୁ ଗିରଫ କରାଯିବ ବୋଲି ପୁଲିସ କମିସନର୍‌ ସତ୍ୟଜିତ୍ ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର