ଗୋଟିଏ ପରିବାରର ୪ ଜଣଙ୍କୁ ଗଳାକାଟି ହତ୍ୟା

ଲକ୍ଷ୍ନୌ : ଉତ୍ତରପ୍ରଦେଶର ଆହ୍ଲାବାଦ୍‌ରେ ଆଜି ଏକ ଅଭାବନୀୟ ଘଟଣାକ୍ରମରେ ଗୋଟିଏ ପରିବାରର ୪ ଜଣଙ୍କୁ ଗଳାକାଟି ହତ୍ୟା କରାଯାଇଛି। ପାଞ୍ଚ ବର୍ଷର ଶିଶୁ ମଧ୍ୟ ବାଦ୍‌ ପଡ଼ିନି। ସମ୍ପତ୍ତି ବିବାଦ ଏକ କାରଣ ହୋଇଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି। ମୃତକମାନେ ହେଉଛନ୍ତି କମଳେଶ ଦେବୀ (୫୫), କୀରଣ ଦେବୀ (୩୦), ଜ୍ୱାଇ ପ୍ରତାପ ନାରାୟଣ ମିଶ୍ର (୩୫) ଏବଂ ନାତି ବିରାଟ (୫)। କମଳେଶ ଦେବୀଙ୍କ ସ୍ୱାମୀ ୩ ବର୍ଷ ପୂର୍ବେ ପ୍ରାଣ ହରାଇଥିଲେ ଏବଂ ପୁଅ ୧୫ ବର୍ଷ ପୂର୍ବେ ନିଖୋଜ ହୋଇଯାଇଥିଲେ।

ସମ୍ବନ୍ଧିତ ଖବର