ନିସ୍ କଲେଜ ଛାତ୍ରଙ୍କୁ ଆକ୍ରମଣ ମାମଲାରେ ୫ ଅଟକ

ଖଣ୍ଡଗିରି : ନିସ୍ କଲେଜ ଛାତ୍ର ଜଗଜିତ୍‌ ଗଜେନ୍ଦ୍ରଙ୍କୁ ପ୍ରାଣାନ୍ତକ ଆକ୍ରମଣ ମାମଲାରେ ସମ୍ପୃକ୍ତ କିଛି ଅଭିଯୁକ୍ତ ଧରାପଡ଼ିଛନ୍ତି। ପୁଲିସ ପକ୍ଷରୁ ସ୍ପଷ୍ଟ କରାଯାଇନଥିଲେ ମଧ୍ୟ ୫ଜଣ ସନ୍ଦିଗ୍ଧଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ୩ ଜଣ ଜଗଜିତ୍‌ଙ୍କ ଆକ୍ରମଣରେ ଜଡ଼ିତ ଥିବା ଆପାତତଃ ନିଶ୍ଚିତ ହୋଇଛି। ଅନ୍ୟମାନଙ୍କୁ ଗିରଫ କରିବା ପାଇଁ ଚଢ଼ଉ ଜାରି ରହିଛି ଓ ସମସ୍ତଙ୍କୁ ଏକାଥରକେ କୋର୍ଟ ଚାଲାଣ କରାଯିବାକୁ ଯୋଜନା ହେଉଛି ବୋଲି ସୂଚନା ମିଳିଛି। ଜଣେ ପୁଲିସ ଅଧିକାରୀଙ୍କ ସୂଚନାନୁସାରେ ଏହି ଆକ୍ରମଣ ପଛରେ ବିଭିନ୍ନ କାରଣ ଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି।

ସମ୍ବନ୍ଧିତ ଖବର