୫ ଚୋରା ମଦ ବ୍ୟବସାୟୀ ଗିରଫ

ବାଲିଅନ୍ତା: ଅବକାରୀ ବିଭାଗ ଖୋର୍ଧା ଜିଲ୍ଲା ମୋବାଇଲ ଟିମ ଆଜି ବିଭିନ୍ନ ସ୍ଥାନରେ ଚଢ଼ଉ କରି ୫ ଚୋରା ମଦ ବ୍ୟବସାୟୀଙ୍କୁ ଗିରଫ କରିଛି। ସେମାନେ ହେଲେ, ବାଲିଅନ୍ତା ଥାନା ବାଳକାଟି ଫାଣ୍ଡି ଅଧୀନ ରଥିଜେମାର ଉତ୍କଳ ମହାରଣା(୩୬), ବସନ୍ତପେଡ଼ି ଗ୍ରାମର ପ୍ରଶାନ୍ତ ରାଉତ(୩୦) ଓ ବାଲିଅନ୍ତା ଥାନା ଅନ୍ତର୍ଗତ କୋକିବାଲି ଗ୍ରାମର ରତ୍ନାକର ଜେନା(୫୫), ଏୟାରଫିଲ୍‌ଡ ଥାନା ଅନ୍ତର୍ଗତ କପିଳପ୍ରସାଦ ଅଞ୍ଚଳର ପ୍ରଶାନ୍ତ ଭୋଇ(୨୨) ଓ ଅଭୟ ବେହେରା(୩୦)। ଏହି ଟିମ୍‌ ସେମାନଙ୍କ ଘରେ ଚଢ଼ଉ କରି ୧୨୦ ବୋତଲ ବିଦେଶୀ ଓ ଦେଶୀ ମଦ ମଧ୍ୟ ଜବତ କରିଛନ୍ତି। ମୋବାଇଲ ଟିମ୍‌ର ଆଇଆଇସି ଦେବୀ ପ୍ରସାଦ ଦାଶ, ଏସ୍‌ଆଇ ହୃଦୟ ଚନ୍ଦ୍ର ସାମନ୍ତ, ଏଏସଆଇ ଅମରେନ୍ଦ୍ର ଶତପଥୀ ଓ ସୁଜିତ କୁମାର ମୁଦୁଲି ପ୍ରମୁଖ ଚଢ଼ଉରେ ସାମିଲ ଥିଲେ।

ସମ୍ବନ୍ଧିତ ଖବର