୫ ଜୁଆଡ଼ି ଗିରଫ ୭୮ହଜାର ଟଙ୍କା, ୪ବାଇକ୍‌ ଜବତ

ଜଟଣୀ: ସ୍ଥାନୀୟ ରେଳପଥ ରନିଂରୁମ୍‌ ନିକଟରେ ଜୁଆ ଆଡ଼ା ଉପରେ ଜଟଣୀ ପୁଲିସ୍‌ ଚଢ଼ଉ କରିଛି। ସେଥିରେ ସଂପୃକ୍ତ ରହିଥିବା ୫ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ପି ବୈକୁଣ୍ଠ ରାଓ, ସୁବାସ ଚନ୍ଦ୍ର ସାହୁ, ଶୁଭ୍ରାଂଶୁ ଶେଖର ବିଶ୍ୱାଳ, ସନ୍ତୋଷ କୁମାର ସାହୁ ଏବଂ ସେକ୍‌ ମଜିଦ୍‌। ଏମାନଙ୍କ ଠାରୁ ୭୮ହଜାର ୨ଶହ ଟଙ୍କା ୪ଟି ବାଇକ୍‌ ଜବତ କରାଯାଇଛି। ସୂଚନା ଯୋଗ୍ୟକି ଅନେକ ଦିନ ହେବ ସେଠାରେ ଜୁଆ ଆଡ଼ା ରହିଥିବାର ଅଭିଯୋଗ ହୋଇ ଆସୁଥିଲା। ସେହି ଦୃଷ୍ଟିରୁ ଜଟଣୀ ଥାନାରେ ନୂଆଭାବେ ଯୋଗ ଦେଇଥିବା ଆଇଆଇସି ବିଶ୍ୱରଂଜନ ସାହୁ ସଦଳବଳେ ଏହି ଚଢ଼ଉ କରିଥିଲେ। ଆଗାମୀ ଦିନରେ ଏଭଳି ଚଢ଼ାଉ କରାଯାଇ ଅସାମାଜିକ ବ୍ୟକ୍ତିଙ୍କ କବଳରୁ ଜଟଣୀକୁ ମୁକ୍ତ କରିବାସହ ଜୁଆଡ଼ି ଏବଂ ନିଶାଡ଼ିଙ୍କୁ ଧରିବା ପାଇଁ ଅଭିଯାନ ଜୋରଦାର କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର