ଚିତାବାଘ ଶିକାର ଅଭିଯୋଗରେ ୫ ଗିରଫ; ବାଘ ଚମଡ଼ା ଓ ନଖ ଜବତ

ଇନ୍ଦୋର (ମଧ୍ୟପ୍ରଦେଶ): ଚିତାବାଘ ଶିକାର ଅଭିଯୋଗରେ ମଧ୍ୟପ୍ରଦେଶର ଇନ୍ଦୋର ଖୁଡେଲ ଗାଁର ପାଞ୍ଚ ଜଣଙ୍କୁ ପୁଲିସ ଗିରଫ କରିଛି ଏବଂ ସେମାନଙ୍କ ନିକଟରୁ ଚିତାବାଘର ଚମଡ଼ା ଓ ନଖ ଉଦ୍ଧାର କରିଛି।
ଆସିଷ୍ଟାଣ୍ଟ ସୁପରିଣ୍ଟେଣ୍ଡେଣ୍ଟ ଅଫ୍‌ ପୁଲିସ (ଏଏସପି) ପୁନୀତ ଗେହଲଟଙ୍କ ସୂଚନା ଅନୁଯାୟୀ, ଡିଆଇଜି ଇନ୍ଦୋର ମନୀଷ କପୁରିଆଙ୍କ ନେତୃତ୍ୱରେ ଏକ ମିଳିତ ଦଳ ଚୋରା ଚାଲାଣକାରୀଙ୍କୁ ଗିରଫ କରିବା ସହ ୭୦ ଲକ୍ଷ ଟଙ୍କା ମୂଲ୍ୟର ବାଘ ଚମଡ଼ା ଏବଂ ନଖ ଉଦ୍ଧାର କରିଛନ୍ତି।
ଶ୍ରୀ ଗେହଲଟ କହିଛନ୍ତି ଯେ ପୁଲିସ ଶିକାରୀ ଏବଂ ସେମାନଙ୍କ ଦ୍ୱାରା ବ୍ୟବହୃତ ଏକ ଗାଡ ଏବଂ ଣିକାର ପାଇଁ ବ୍ୟବହୃତ ହେଉଥିବା ଉପକରଣକୁ ମଧ୍ୟ ଜବତ କରିଛି।
ଅଭିଯୁକ୍ତ ଚୋରା ଶିକାରୀ ଚମ୍ପାଲାଲ କାନୋଜିଆ, ଶାହରୁଖ ଖାନ, ଅହମ୍ମଦ ରଜା, ୟାସିନ ଅଲି ଏବଂ ସଲିମ ଖାନ ବୋଲି ଜଣାପଡିଛି। ଗିରଫ ଅଭିଯୁକ୍ତମାନେ ସ୍ୱୀକାର କରିଛନ୍ତି ଯେ ଦେଓସର ଜଙ୍ଗଲ ମଧ୍ୟରେ ଚିତାବାଘ ଶିକାର କରାଯାଇଥିଲା। ଏବେ ବନ୍ୟଜନ୍ତୁ (ସୁରକ୍ଷା) ଅଧିନିୟମ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ଏହି ମାମଲା ରୁଜୁ କରାଯାଇଛି। ଏବଂ ଏହି ଘଟଣାର ଅଧିକ ଅନୁସନ୍ଧାନ ଚାଲିଛି ବୋଲି ଏଏସପି କହିଛନ୍ତି।

ସମ୍ବନ୍ଧିତ ଖବର