ଭୁବନେଶ୍ୱର : ଜମିବାଡ଼ିକୁ କେନ୍ଦ୍ର କରି ଆଜି ସନ୍ଧ୍ୟାରେ ନୂଆପଲ୍ଲୀ ନେହେରୁ ବସ୍ତିରେ ଦୁଇ ପରିବାର ମଧ୍ୟରେ ସଂଘର୍ଷ ଘଟି ଉଭୟ ପକ୍ଷରୁ ପ୍ରୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଏନେଇ ଉଭୟ ପକ୍ଷରୁ ନୂଆପଲ୍ଲୀ ଥାନାରେ ଅଭିଯୋଗ ହୋଇଛି। ପୁଲିସ ଏହି ଘଟଣାରେ ୪ ଜଣଙ୍କୁ ଅଟକ ରଖିଛି। ସୂଚନାନୁଯାୟୀ ସାଲିଆସହିର ନେହେରୁ ବସ୍ତିରେ ଜମିବାଡ଼ିକୁ କେନ୍ଦ୍ରକରି ଦୁଇ ପରିବ ମଧ୍ୟରେ କିଛିଦିନ ହେଲା ବିବାଦ ଲାଗି ରହିଥିଲା। ଏନେଇ ସାହିରେ ଆପୋସ ସମାଧାନ ମଧ୍ୟ ହୋଇଥିଲା। ତଥାପି ଉଭୟ ପରିବାର ମଧ୍ୟରେ ସବୁବେଳେ ଛକାପଞ୍ଝା ଲାଗିରହୁଥିଲା। ଆଜି ସନ୍ଧ୍ୟା ପ୍ରାୟ ୭ଟା ବେଳେ ଗନ୍ଧର୍ବ ଲେଙ୍କାଙ୍କ ପରିବାର ଲୋକ ଭୋଜି ଖାଇବାକୁ ଯାଉଥିବା ବେଳେ ଅନନ୍ତ ଲେଙ୍କାଙ୍କ ପରିବାର ଲୋକ କମେଣ୍ଟ ମାରିଥିଲେ। ଏହାକୁ ଗନ୍ଧର୍ବ ବିରୋଧ କରିବାରୁ ଦୁଇ ପରିବାର ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। କଥା ହାତାହାତି ପର୍ଯ୍ୟନ୍ତ ଯାଇଥିଲା। ଉଭୟ ପରିବାରର ଲୋକ ପରସ୍ପରକୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଏଥିରେ ଉଭୟ ପକ୍ଷରୁ ୫ ଜଣ ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତି କରିଛି। ଉଭୟ ପକ୍ଷର ଅଭିଯୋଗକୁ ଭିତ୍ତି କରି ପୁଲିସ ଜମ୍ବୁ ନାୟକ, ଭଗବାନ ମହାରଣା, ଗୁରୁବାରୀ ନାୟକ ଓ କୁନୁକୁ ଅଟକ ରଖିଛି।
ଦୁଇ ପରିବାର ମଧ୍ୟରେ ମାର୍ପିଟ୍, ୫ ଆହତ
/sambad/media/post_attachments/wp-content/uploads/2018/02/howrah-cartoon.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)