୫ କିଲୋ ଗଞ୍ଜେଇ, ୧ ଲକ୍ଷ ୪୧ ହଜାର ଟଙ୍କା ଜବତ, ବାଇକ ସହ ଧରାପଡ଼ିଲା ବେପାରୀ

ଭୁବନେଶ୍ବର: ବାଇକରେ ଗଞ୍ଜେଇ ଧରି ବିକ୍ରି କରିବାକୁ ଯାଉଥିବା ବେଳେ ଜଟଣୀ ଥାନା ପୁଲିସ ଜଣେ ବେପାରୀକୁ ଗିରଫ କରିଛି। ସେ ହେଲା, ଜଟଣୀର ଶ୍ରୀନୁବାଶ ରାଓ। ତା’ଠାରୁ ପୁଲିସ ଗୋଟିଏ ବାଇକ, ୫କିଲୋ ଓଜନର ଗଞ୍ଜେଇ, ୧ ଲକ୍ଷ ୪୧ ହଜାର ଟଙ୍କା ଜବତ କରିଛି। ପୁଲିସ ସୂଚନା ଅନୁସାରେ, ଶ୍ରୀନୁବାଶ ଜଟଣୀ ବେଲପଡ଼ା ଛକ ନିକଟରେ ଗଞ୍ଜେଇ ବିକ୍ରି ପାଇଁ ଯାଉଥିବା ବେଳେ ତାକୁ ଗିରଫ କରାଯାଇଥିଲା। ପାଖରେ ୧ଲକ୍ଷ ୪୧ ହଜାର ଟଙ୍କା ଥିବାରୁ ପୂର୍ବରୁ ସେ ଗଞ୍ଜେଇ ବିକି ଟଙ୍କା ରଖିଥିବା ଜଣାପଡ଼ିଥିଲା। ତା’ ସୂଚନାକୁ ଆଧାର କରି ନନ୍ଦନକାନନ ଥାନା ପଦାସାହିରେ ପୁଲିସ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ପୁଲିସ ଦମ୍ପତିଙ୍କୁ ଗିରଫ କରିବା ସହ ବ୍ରାଉନସୁଗାର ଜବତ କରିଥିଲା। ଶ୍ରୀନୁବାଶକୁ ଆଜି କୋର୍ଟଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର