ତାଲା କାଟି ୫ଲକ୍ଷ ଟଙ୍କାର ବ୍ୟାଟେରି ଚୋରି

ଧଉଳି: ଧଉଳି ଥାନା ଅନ୍ତର୍ଗତ ଲିଙ୍ଗିପୁରସ୍ଥିତ ଭାରତ ସଂଚାର ନିଗମ ଲିମିଟେଡ୍‌(ବିଏସଏନ୍‌ଏଲ) ଟାୱାର ଲାଇନ୍‌ରୁ ସୋମବାର ବିଳମ୍ବିତ ରାତିରେ ୫ଲକ୍ଷରୁ ଅଧିକ ଟଙ୍କାର ବ୍ୟାଟେରି ତଥା ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଚୋରି ହୋଇଯାଇଛି। ଦୁର୍ବୃତ୍ତମାନେ ଉକ୍ତ ଟାୱାର ଅଫିସର ତାଲା କାଟି ୭୨ଟି ବ୍ୟାଟେରି ଚୋରି କରି ନେଇଛନ୍ତି। ଏ ସଂପର୍କରେ ଭୁବନେଶ୍ବର ରୁପାଲି ଛକ ସ୍ଥିତ ମୁଖ୍ୟ କାର୍ଯ୍ୟାଳୟର ସହକାରୀ ଯନ୍ତ୍ରୀ ସନ୍ତୋଷ ମହାରଣା ଧଉଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଅନୁସନ୍ଧାନ ଜାରି ରଖିଛି। ପୁଲିସ ଏହି ଘଟଣାରେ ଟାୱାର ଲାଇନ ପରିଚାଳନା ଦାୟିତ୍ବରେ ଥିବା ସୁରକ୍ଷାକର୍ମୀଙ୍କ ସହ ଜଣେ ମିସ୍ତ୍ରିକୁ ଥାନାକୁ ଆଣି ପଚରାଉଚରା କରୁଛି।

ସମ୍ବନ୍ଧିତ ଖବର