ପତଞ୍ଜଳି ନାମରେ ନକଲି େଓ୍ଵବସାଇଟ୍‌ କରି ଚାକିରି ଦେବା ନାମରେ ଲୁଟିନେଲେ ୫ଲକ୍ଷ ଟଙ୍କା

ପାଟନା: ସାଇବର ଅପରାଧ ମାମଲା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସାଇବର ଅପରାଧୀ ମିଥ୍ୟା ତଥ୍ୟ ଦେଇ ଲୋକମାନଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇ ନେବାର ଅନେକ ଘଟଣା ସାମ୍ନାକୁ ଆସିଛି। ନିକଟରେ ଜଣେ ଯୁବକଙ୍କୁ ଚାକିରି ଦେବା ଲୋଭ ଦେଖାଇ ସାଇବର ଅପରାଧୀ ତାଙ୍କଠାରୁ ୫ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ, କୋଟବା ଥାନାର ଦିପଉ ଗ୍ରାମରେ ବସବାସ କରୁଥିବା ବନ୍ଦ୍ରି ପ୍ରସାଦଙ୍କ ପୁଅ ପବନ କୁମାରଙ୍କୁ ଏକ ମାସ ପୂର୍ବରୁ ପତଞ୍ଜଳିର ନକଲି କମ୍ପାନିର ନକଲି େଓ୍ଵବସାଇଟରୁ ଏକ ମେଲ ଆସିଥିଲା। ଏହି ମେଲ ଜରିଆରେ ସୁପରଷ୍ଟକିଷ୍ଟ ପୋଷ୍ଟ ଖାଲି ଅଛି ବୋଲି ତାଙ୍କୁ ସୂଚନା ଦିଆଯାଇଥିଲା। ଏହାପରେ ସେହି କମ୍ପାନି ତରଫରୁ ଜଣେ ଯୁବତୀ ପବନଙ୍କୁ ଫୋନ୍‌ କରି ତାଙ୍କର ଆଧାରକାର୍ଡ, ପାନ୍‌କାର୍ଡ, ଭୋଟରକାର୍ଡ  ଦେବା ପାଇଁ କହିଥିଲେ। ସମସ୍ତ ପରିଚୟ ପତ୍ର ଦେବା ପରେ ପବନ ଉକ୍ତ ପୋଷ୍ଟ ପାଇଁ ଚୟନ ହୋଇଯାଇଛନ୍ତି ବୋଲି ଆଉ ଏକ ମେଲ ଆସିଥିଲା। ସେଥିରେ ଏକ ଆକାଉଣ୍ଟ ନମ୍ବର ଥିଲା। ଯେଉଁଥିରେ ପବନଙ୍କୁ ୨୫ହଜାର ଟଙ୍କା ଡିପୋଜିଟ୍‌ କରିବା ପାଇଁ କୁହାଯାଇଥିଲା। ୨୫ହଜାର ଟଙ୍କା ପରେ, ୫ଲକ୍ଷ ଟଙ୍କା , ୫ଲକ୍ଷ ଦେବା ପରେ ୧୨ଲକ୍ଷ ଟଙ୍କା ଦାବି କରିବା ପରେ ପବନଙ୍କୁ ସନ୍ଦେହ ହୋଇଥିଲା। ସେ ଏହାପରେ ନଭେମ୍ବର ୧୬ ତାରିଖରେ ହରିଦ୍ୱାର ଯାଇ ପତଞ୍ଜଳି ମାର୍କେଟିଙ୍ଗ ଅଧିକାରୀ ଅଭିଷେକ ପଙ୍କଜଙ୍କ ସହିତ ଦେଖା କରିଥିଲେ। ପତଞ୍ଜଳି ଅଧିକାରୀଙ୍କ ସହିତ ଦେଖା କରିବା ପରେ ସେ ଜାଣିବା ପାଇଲେ ତାଙ୍କ ପାଖକୁ ଆସିଥିବା େଓ୍ଵବସାଇଟ୍‌ଟି ନକଲି ଅଟେ।

ପୁଲିସ ଅଧକ୍ଷକ ଆନନ୍ଦ କୁମାର ଚାରିଜଣକ ବିରୋଧରେ ମାମଲା ରୁଜୁ କରିଛନ୍ତି। ସମସ୍ତ ଅପରାଧୀଙ୍କୁ ଧରିବା ପାଇଁ ଛାନ୍‌ଭିନ୍‌ ମଧ୍ୟ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର