୫ବର୍ଷର ଶିଶୁ ହାତରେ ଏକ ଅଣ୍ଡା ଭାଙ୍ଗି ଯିବା ହେତୁ, ୧୦ଦିନ ପର୍ଯ୍ୟନ୍ତ ଘରୁ ବାହାର କରି ଦେବାକୁ ପିତା-ମାତାଙ୍କୁ କହିଲା ଖାପ ପଞ୍ଚାୟତ

ଜୟପୁର: ରାଜସ୍ଥାନର ଖାପ ପଞ୍ଚାୟତ ଏକ ଅଦ୍ଭୁତ ନିଷ୍ପତ୍ତି ଶୁଣାଇଛନ୍ତି।  ବୁନ୍ଦି ଜିଲ୍ଲାର ଏକ ଖାପ ପଞ୍ଚାୟତ ୫ ବର୍ଷର ଶିଶୁ ହାତରେ ଏକ ଅଣ୍ଡା ଭାଙ୍ଗିଯିବା ହେତୁ ତାକୁ ୧୦ଦିନ ପର୍ଯ୍ୟନ୍ତ ଘରୁ ବାହାର କରି ପାଖ ଝୁମ୍ପୁଡ଼ିରେ ରହିବାକୁ କହିିଥିଲେ।

ଘଟଣାଟି ହେଉଛି ଏପରି, ଶିଶୁ ଖୁସବୁ ସ୍କୁଲରେ ଏକ ପକ୍ଷୀର ଅଣ୍ଡା ଧରିବା ସମୟରେ ଭାଙ୍ଗିଯିବା ହେତୁ ପଞ୍ଚାୟତ ଡକା ଯାଇଥିଲା ବୋଲି ତାର ମାଆଙ୍କ ଠାରୁ ଜାଣିବାକୁ ମିଳିଥିଲା । ଖାପ ପଞ୍ଚାୟତ ଖୁସବୁ ଘରଲୋକଙ୍କୁ କହିଥିଲେ କି, ଅଣ୍ଡା ଭାଙ୍ଗି ଥିବା ହେତୁ ଶିଶୁକୁ ତିନିଦିନ ପର୍ଯ୍ୟନ୍ତ ଘର ବାହାର ଥିବା ଝୁମ୍ପୁଡ଼ିରେ ରହିବାକୁ ପଡ଼ିବ। କିନ୍ତୁ ଖୁସ୍‌ବୁର ପିତା ଖାପ ପଞ୍ଚାୟତର କଥା ନ ଶୁଣି ଏଭଳି ନିଷ୍ପତ୍ତିକୁ ବିରୋଧ କରିଥିଲେ। ସେଥିପାଇଁ ଖାପ ଏହି ଦଣ୍ଡକୁ ତିନି ଦିନରୁ ୧୦ଦିନକୁ ବୃଦ୍ଧି କରି ଦେଇଥିଲେ। କେବଳ ଏତିକି ନୁହେଁ, ଶିଶୁର ଘରଲୋକଙ୍କୁ ୫ କିଲୋ ଲୁଣ ଗ୍ରାମରେ ବାଣ୍ଟିବାକୁ ବି କୁହାଯାଇଥିଲା। ଏଭଳି କଲେ ଦୋଷୀ କ୍ଷମା ମାଗିବା ସହ ସମାନ ବୋଲି ଗ୍ରାମର ପରମ୍ପରା ରହିଛି।

ଏହି ଘଟଣାକୁ ନେଇ କୌଣସି ଅଭିଯୋଗ ହୋଇ ନଥିବା ହେତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ବୋଲି ପୁଲିସ ପକ୍ଷରୁ ପ୍ରକାଶ। କୋଟାର ଚାଇଲ୍ଡ ଲାଇଫ୍‌ ଓ୍ଵାର୍ଡନ୍‌ ଆରଏସ୍‌ ତୋମର କହନ୍ତି, ଏହି ଲାଲ ପର ଥିବା ପକ୍ଷୀକୁ ପବିତ୍ର ବୋଲି କୁହାଯାଇଥାଏ। ଯଦି ପକ୍ଷୀ ଏକ ଉଚ୍ଚସ୍ଥାନରେ ଅଣ୍ଡା ଦିଏ, ତେବେ ଭଲ ବର୍ଷା ହେବାର ସଙ୍କେତ ବୋଲି ଧରାଯାଏ। ଏହି ପକ୍ଷୀ ମାର୍ଚ୍ଚରୁ ଅଗଷ୍ଟ ମାସ ଭିତରେ ଅଣ୍ଡା ଦେଇଥାଏ।

ସମ୍ବନ୍ଧିତ ଖବର