ଭେଣ୍ଟିଲେଟରରେ ଥିଲା ଶିଶୁ; ଅକ୍ସିଜେନ୍ ସରିଯିବାରୁ ଉଡ଼ିଗଲା ପ୍ରାଣବାୟୁ

ରାୟପୁର: ଛତିଶଗଡ଼ର ବସ୍ତର ଡିଭିଜନରୁ ୧୬୦ କିଲୋମିଟର ଦୂର ଗୋଟିଏ  ହସ୍ପିଟାଲ୍‌ରୁ ଅନ୍ୟ ଏକ ହସ୍ପିଟାଲକୁ ସ୍ଥାନାନ୍ତରିତ ହେଉଥିବା ସମୟରେ ଜଣେ ୫ ବର୍ଷୀୟା ନାବାଳିକାର ସୋମବାର ମୃତ୍ୟୁ ଘଟିଛି। ଭେଣ୍ଟିଲେଟରରେ ଥିବା ଏହି ଶିଶୁ ଦେହରେ ଲାଗିଥିବା ସିଲିଣ୍ଡର୍‌ରୁ ଅକ୍ସିଜେନ ସରି ଯିବାରୁ ମୃତ୍ୟୁ ଘଟିଥିବା ଜାଣିବାକୁ ମିଳିଛି।

ଏ ସଂପର୍କରେ ବିଜାପୁରର ମୁଖ୍ୟ ମେଡିକାଲ୍‌ ଓ ସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ବିଆର୍‌ ପୂଜାରି କହିଛନ୍ତି, ‘ନାବାଳିକା ବୁଲ୍‌ବୁଲ୍‌ କୁଦିୟାମ୍‌ ନିମୋନିଆରେ ଗୁରୁତର ହୋଇ ଭେଣ୍ଟିଲେଟରେ ଥିବା ଅବସ୍ଥାରେ ତାଙ୍କର ସ୍ଥାନାନ୍ତରଣ କରାଯାଉଥିବା ବେଳେ ମୃତ୍ୟୁ ଘଟିଛି।

ତୋୟନର୍‌ ଗାଁର ଏହି ନାବାଳିକା ମାଠଓ୍ଵାଡା ଗ୍ରାମରେ ଥିବା ଆଶ୍ରମ ସ୍କୁଲ୍‌ରେ ପାଠ ପଢୁଥିଲା। ସେ ହଠାତ ଅସୁସ୍ଥ ହୋଇପଡ଼ିବାରୁ ଅଗଷ୍ଟ ୨୨ ତାରିଖରେ ତାକୁ ବିଜାପୁର ଜିଲ୍ଲା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।

ମାତ୍ର ସ୍ୱାସ୍ଥ୍ୟରେ କୌଣସି ପରିବର୍ତ୍ତନ ନ ଆସିବାରୁ ରବିବାର ରାତିରେ ଶିଶୁଟିକୁ ଜଗଦଲପୁର ହସ୍ପଟାଲ୍‌କୁ ସ୍ଥାନାନ୍ତରିତ କରିବା ନିଷ୍ପତ୍ତି ନିଆଯାଇଥିଲା। ବିଜାପୁରର ଜଗଦଲପୁର ହାରାହାରି ୧୬୦ କିଲୋମିଟର। ଏତେ ଦୂର ସ୍ଥାନକୁ ସ୍ଥାନାନ୍ତରିତ କରିବା ସମୟରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଆହୁରି ବିଗିଡ଼ି ଯିବାରୁ ତାଙ୍କର ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର