ଚାରିଜଣ ଯୁବକ ୫୦ରୁ ଊର୍ଧ୍ୱ ମହିଳାଙ୍କୁ ଯୌନ ନିର୍ଯାତନା ନେଇ ବନାଇଥିଲେ ଭିଡିଓ

ଚେନ୍ନାଇ: ତାମିଲନାଡୁର କୋୟମ୍ବଟୁରରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଏଠାରେ ୪ଜଣ ଯୁବକଙ୍କ ପୂରା ରାଜ୍ୟର ୫୦ରୁ ଅଧିକ ମହିଳାଙ୍କୁ ଯୌନ ନିର୍ଯାତନା ଦେବା ସହିତ ଓ ବ୍ଲାକ୍‌ମେଲ କରୁଥିବା ଅଭିଯୋଗ ହୋଇଥିଲା। ଗୁଣ୍ଡା ଆକ୍ଟ ଜରିଆରେ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏହି ଯୁବକମାନେ ଯୁବତୀ ଓ ମହିଳାଙ୍କୁ ଯୌନ ନିର୍ଯାତନା ଦେଇ ସେହି ସମୟର ଭିଡିଓ ବନାଇ ପରବର୍ତ୍ତୀ ସମୟରେ ଧମକ ଦେଉଥିବା ପୁଲିସ ସୂତ୍ରରୁ ପ୍ରକାଶ। ଏହି ଘଟଣା ସାମ୍ନାକୁ ଆସିବା ପରେ ସରକାର ଏହି ମାମଲାକୁ ସିବିସିଆଇଡିକୁ ଟ୍ରାନ୍ସଫର କରି ଦେଇଛନ୍ତି।

ଏହି ମାମଲା ଫେବ୍ରୁଆରି ୨୪ରେ ସାମ୍ନାକୁ ଆସିଥିଲା। ଯେତେବେଳେ ପୋଲାଚି ପୁଲିସ ଜଣେ ୧୯ବର୍ଷିଅ ପିଲାକୁ ଯୁବତୀଙ୍କୁ ଯୌନ ଶୋଷଣ ଓ ବ୍ଲାକ୍‌ମେଲ ଅଭିଯୋଗରେ ଗିରଫ କରିଥିଲା। ଗିରଫ ହୋଇଥିବା ଅଭିଯୁକ୍ତ ବୟସ ୨୦ବର୍ଷ ପାଖାପାଖି ହେବ ବୋଲି ଅନୁମାନ କରାଯାଉଛି।

ଯୁବତୀ ପୋଲାଚି ଇଷ୍ଟ ଷ୍ଟେସନ୍‌ରେ ଅଭଯୋଗ କରି କହିଥିଲେ, କି ତାଙ୍କ ସାଙ୍ଗ ତାଙ୍କୁ ଏକ କାର୍‌ରେ ନେଇ ଯୌନ ଶୋଷଣ କରିବା ସହିତ ସେ ପିନ୍ଧି ଥିବା ସୁନା ଚେନ ଲୁଟି ନେଇଥିଲା। ଗିରଫ ଅଭିଯୁକ୍ତ ଠାରୁ ଜବତ କରାଯାଇଥିବା ଫୋନ୍‌ରେ ୪୦ରୁ ଅଧିକ ମହିଳାଙ୍କ ଯୌନ ଶୋଷଣ ସମୟର ଭିଡିଓ କ୍ଲିପ୍‌ ମିଳିଥିଲା। ଏହାପରେ ପୁଲିସ ଉକ୍ତ ଅଭିଯୁକ୍ତକୁ ପଚରାଉଚରା ପରେ ତା’ ସହିତ ସାମିଲ ଥିବା ଅନ୍ୟ ତିନି ଜଣଙ୍କୁ ଗିରଫ କରିଥିଲା। ପୋଲାଚି ଇଷ୍ଟ ପୁଲିସ ଗିରଫ କରିଥିବା ୪ ଅଭିଯୁକ୍ତଙ୍କ ନାମ ତିରୁନବୁକ୍କାରାସୁ (୨୬), ଏନ୍‌ ସତିଶା (୨୯), ଏନ୍‌ ସବରିରଞ୍ଜନ (୨୫) ଓ ଟି ବସନ୍ତକୁମାର ରହିଛି।

ସମ୍ବନ୍ଧିତ ଖବର