୫୦ ବର୍ଷୀୟା ନର୍ସଙ୍କୁ ଛୁରି ଭୁସି ହତ୍ୟା କଲେ ରୋଗୀ , କାରଣ ଜଣାପଡ଼ିନି , ଅଭିଯୁକ୍ତ ଗିରଫ

ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଜଣେ ୫୦ ବର୍ଷୀୟା ନର୍ସଙ୍କୁ ଜଣେ ରୋଗୀ ଛୁରି ଭୁସି ହତ୍ୟା କରିଥିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହି ଘଟଣାରେ ପ୍ରାଣ ହରାଇଥିବା ନର୍ସଙ୍କ ନାମ ଲତା ବର୍ମା । ମିଳିଥିବା ସୂଚନା ଅନୁଯାୟୀ ଇନ୍ଦୋରର ଟୁକୋଗଂଜଠାରେ ଏକ ଘରୋଇ କ୍ଲିନିକରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି ।

ଆରକ୍ଷୀ ଅଧୀକ୍ଷକ ୟୁସୁଫ କ୍ୟୁରେସୀଙ୍କ କହିବା ଅନୁଯାୟୀ ଅଭିଯୁକ୍ତକୁ ଗିରଫ କରାଯାଇଛି । ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଛୁରିକୁ ପୁଲିସ ଜବତ ବି କରିଛି। ତେବେ ଅଭିଯୁକ୍ତ କାହିଁକି ଏଭଳି କାଣ୍ଡ ଭିଆଇଲା ତାହାର କାରଣ ସ୍ପଷ୍ଟଭାବେ ଜଣାପଡ଼ି ନାହିଁ ବୋଲି ୟୁସୁଫ କ୍ୟୁରେସୀ କହିଛନ୍ତି। ଏସଂପର୍କରେ ପୁଲିସ ତଦନ୍ତ ଜାରି ରଖିଛି। ତା’ଛଡ଼ା ଅଭିଯୁକ୍ତ , ଲତାଙ୍କ ପରିବାର ଓ ଘରୋଇ କ୍ଲିନିକର କର୍ମଚାରୀଙ୍କୁ ପୁଲିସ ପଚରାଉଚୁରା କରୁଛି।

photo-jansatta

ନର୍ସଙ୍କ ଭାଇ ରାଜୁଙ୍କ କହିବା ଅନୁସାରେ ମା’କୁ ରକ୍ଷା କରିବା ପାଇଁ ଲତାଙ୍କ ପୁଅ ଅଭିଷେକ ବର୍ମା ମଧ୍ୟ ଚେଷ୍ଟା କରିଥିଲେ ମାତ୍ର ତାଙ୍କ ଉପରକୁ ଅଭିଯୁକ୍ତ ବି ଆକ୍ରମଣ କରିଥିଲା। ଏହାଫଳରେ ଅଭିଷେକ ବର୍ମା ଆହତ ହୋଇଛନ୍ତି । ଆହତ ଅଭିଷେକଙ୍କୁ ଚିକିତ୍ସାଲାଗି ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର