ରାୟଗଡ଼ା (ଶିବ ପ୍ରସାଦ ଦୋରା): ପାରିବାରିକ ବିବାଦ ଭୟଙ୍କର ରୂପ ନେଇଛି। ‌ଶୋଇଥିବା ପତ୍ନୀ ଉପରେ ନୃଶଂସ ସ୍ବାମୀ ଗୋଟେ ପରେ ଗୋଟିଏ ଟାଙ୍ଗିଆ ଚୋଟ ମାରିଛି। ଟାଙ୍ଗିଆ ଚୋଟର ଶିକାର ହୋଇଥିବା ମହିଳାଙ୍କର ମୃତ୍ୟୁ ଘଟିଛି। ରାୟଗଡା ଜିଲ୍ଲା କୁମ୍ବିକ‌ୋଟା ଫାଣ୍ଡି ଅଞ୍ଚଳରେ ପତ୍ନୀ ଅଞ୍ଚଳରେ ଏହି ଭଳି ଏକ ଅଭାବନୀୟ ଘଟଣା ଘଟିଛି।

Advertisment

ପୁଲିସ କହିଛି, ରାୟଗଡା ବ୍ଲକ ନାକଟି ପଞ୍ଚାୟତ ଇର୍ପିପୁଟ ଗ୍ରାମର ରଘୁ ମେଲେକା ଗତକାଲି ରାତିରେ ଶୋଇଥିବା ଅବସ୍ଥାରେ ପତ୍ନୀ ମଲତା ମେଲେକାଙ୍କୁ (୫୧ବର୍ଷ) ଟାଙ୍ଗିଆ ହାଣି ହତ୍ୟା କରିଛି। କୌଣସି କାରଣକୁ ନେଇ ସ୍ବାମୀ ଏବଂ ସ୍ତ୍ରୀ ମଧ୍ୟରେ ବିବାଦ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ମଲତା ଶୋଇଥିବା ଅବସ୍ଥାରେ ବେକ ଓ ମୁଣ୍ଡକୁ ହାଣିଦେଇଥିଲା। ଘଟଣାସ୍ଥଳରେ ହିଁ ମଲତାଙ୍କ ମୃତ୍ୟୁ ହୋଇଯାଇଥିଲା।

ଆହୁରି ପଢ଼ନ୍ତୁ: Economics Survey Report: ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ୨୦୨୫-୨୬: ଜିଡିପି ଅଭିବୃଦ୍ଧି ୭.୪% ହେବ

ହତ୍ୟାକାଣ୍ଡ ସଂପର୍କରେ କୁମ୍ବିକୋଟା ଫାଣ୍ଡିରେ ପରିବାରବର୍ଗ ସୂଚନା ଦେଲାପରେ ରାୟଗଡ଼ା ଏସ୍‌ଡିପିଓ ଗୌରହରୀ ସାହୁ, ରାୟଗଡ଼ା ଆଇଆଇସି ପ୍ରସନ୍ନ କୁମାର ବେହେରା, ଫାଣ୍ଡି ଅଧିକାରୀ ଗିଆସଉଦ୍ଦୀନ ଖାନ ଓ ଅନ୍ୟ ଅଧିକାରୀମାନେ ଆଜି ଘଟଣାସ୍ଥଳକୁ ପହିଁଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତଦେହକୁ ଜବତ କରି ଶବ ବ୍ୟବଛେଦ ପାଇଁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା କୁମ୍ବିକୋଟା ଫାଣ୍ଡି ଅଧିକାରୀ ଶ୍ରୀ ଖାନ ପ୍ରକାଶ କରିଛନ୍ତି। ହତ୍ୟାକାରୀ ସ୍ବାମୀ ରଘୁ ମେଲେକାକୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ହତ୍ୟାପାଇଁ ବ୍ୟବହୃତ ଟାଙ୍ଗିଆକୁ ମଧ୍ୟ ପୁଲିସ ଜବତ କରିଛି। ଏହି ଘଟଣାରେ ଅଜିତ କୁମାର ପରିଡ଼ା ତଦନ୍ତ କରୁଛନ୍ତି।

ଆହୁରି ପଢ଼ନ୍ତୁ: MGNREGA Problem by Survey: ମନରେଗାରେ ଢାଞ୍ଚାଗତ ସମସ୍ୟା ଥିଲା: ସର୍ଭେ