ପୂର୍ବତନ ଲିଭ୍-ଇନ୍ ସାଥୀଙ୍କୁ ଜିଅନ୍ତା ଜାଳିବା ପରେ ନିଜକୁ ଜଳାଇଲେ ୫୨ ବର୍ଷୀୟ ପୁରୁଷ

ହାଇଦ୍ରାବାଦ: ପି.ଭେଙ୍କଟଶ ନାମକ ଜଣେ ଲୋକ ତାଙ୍କ ପୂର୍ବତନ ଲିଭ୍-ଇନ୍ ସାଥୀ, ୫୦ ବର୍ଷୀୟା ମହିଳା ଭେଙ୍କଟ ଲକ୍ଷ୍ମୀଙ୍କୁ କୁକୁଟପଲ୍ଲୀ ନାମକ ସ୍ଥାନରେ ବୁଧବାର ଦିନ ଜିଅନ୍ତା ଜଳାଇ ହତ୍ୟା କରିଛନ୍ତି । ରିପୋର୍ଟ ଅନୁସାରେ ଏହା ପରେ ପି.ଭେଙ୍କଟଶ ତାଙ୍କ ନିଜକୁ ଜଳାଇ ଦେଇଥିଲେ ଯେଉଁଥିରେ ତାଙ୍କ ଶରୀରର ୯୦ ପ୍ରତିଶତରୁ ଅଧିକ ଭାଗ ପୋଡି ଯାଇଛି ।

ମୃତ ମହିଳାଙ୍କ ନାମ କେ. ଭେଙ୍କଟ ଲକ୍ଷ୍ମୀ ଓ ସେ ଜଣେ ବିଧବା ଥିଲେ ବୋଲି ଜଣା ପଡିଛି । ଭେଙ୍କଟ ଲକ୍ଷ୍ମୀ ପେଶାରେ ଇଏସଆଇ ହସପିଟାଲର ସଫେଇ କର୍ମୀ ଥିଲେ । ଭେଙ୍କଟ ଲକ୍ଷ୍ମୀଙ୍କୁ ଜଳାଇ ଥିବା ପୁରୁଷଙ୍କ ନାମ ପି. ଭେଙ୍କଟେଶ, ସେ ପେଶାରେ ଜଣେ ଓ୍ଵେଲ୍ଡର ଥିଲେ ଏବଂ ତାଙ୍କର ସ୍ତ୍ରୀ ମୃତ୍ୟୁବରଣ କରି ସାରିଛନ୍ତି । ପି. ଭେଙ୍କଟେଶ ଓ ଭେଙ୍କଟ ଲକ୍ଷ୍ମୀ ସାତବର୍ଷ ହେଲା ଲିଭ୍-ଇନ୍ ସମ୍ପର୍କରେ ଥିଲେ ।

ମିଡିଆ ରିପୋର୍ଟ ଅନୁସାରେ ପି. ଭେଙ୍କଟଶ ତାଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ କରି ଭେଙ୍କଟ ଲକ୍ଷ୍ମୀ ସାତ ମାସ ହେଲା ପି. ଭେଙ୍କଟେଶଙ୍କ ଠାରୁ ଅଲଗା ରହୁଥିଲେ । ଏହା ପରେ ପି.ଭେଙ୍କଟଶ ଏକାକୀ କୁକୁଟପଲ୍ଲୀରେ ରହୁଥିଲେ। ତେବେ ପି.ଭେଙ୍କଟଶ, ଭେଙ୍କଟ ଲକ୍ଷ୍ମୀ ଘରକୁ ଆସି ତାଙ୍କ ପାଖକୁ ଫେରି ଆସିବା ପାଇଁ ଚାପ ପକାଉଥିଲେ । ଘଟଣା ଦିନ କୁକୁଟ ପଲ୍ଲୀରେ ମହିଳାଙ୍କ ଘରୁ ସ୍ଥାନୀୟ ଅଧିବାସୀ ଧୂଆଁ ବାହାରୁଥିବାର ଦେଖିବାକୁ ପାଇଥିଲେ, ଏହା ସହିତ ମହିଳାଙ୍କ ଘରୁ ଚିତ୍କାର ମଧ୍ୟ ଶୁଣିବାକୁ ପାଇଥିଲେ ।

ପୁଲିସକୁ ସ୍ଥାନୀୟ ଲୋକମାନେ ଖବର ଦେବା ପରେ, ନିଆଁକୁ ପାଣି ଢ଼ାଳି ଆୟତ୍ତ କରାଯାଇଥିଲା । ତେବେ ତାଙ୍କ ଘରେ ହିଁ ଭେଙ୍କଟ ଲକ୍ଷ୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅଭିଯୁକ୍ତ ପି.ଭେଙ୍କଟେଶଙ୍କୁ ପୁଲିସ୍ ହସ୍ପିଟାଲରେ ଭର୍ତ୍ତି କରିଛି । ଭେଙ୍କଟେଶଙ୍କ ସ୍ଵାସ୍ଥ୍ୟାବସ୍ଥା ଅତ୍ୟନ୍ତ ଗୁରୁତର ଅଛି ।

ରିପୋର୍ଟ ଅନୁସାରେ ଭେଙ୍କଟ ଲକ୍ଷ୍ମୀଙ୍କ ପୁତ୍ର କହିଛନ୍ତି ଯେ ତାଙ୍କ ମାଆଙ୍କୁ ପି.ଭେଙ୍କଟେଶ ନିଆଁ ଲଗାଇବା ପରେ ନିଜ ଦେହରେ ନିଆଁ ଲଗାଇଦେଇଥିଲେ । ଅନ୍ୟପକ୍ଷରେ ଅଭଯୁକ୍ତ ଭେଙ୍କଟ ଲକ୍ଷ୍ମୀ ଭିନ୍ନ ବୟାନ ଦେଇ କହିଛନ୍ତି, ସେମାନେ ଉଭୟେ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ । ତେବେ ପୁଲିସ୍ ଭେଙ୍କଟ ଲକ୍ଷ୍ମୀଙ୍କ ନାମରେ ମାମଲା ରୁଜୁ କରିଛି । ପୁଲିସ୍ କହିଛି ଏହି ଘଟଣାର ତଦନ୍ତ ଚାଲିଛି ।

ସମ୍ବନ୍ଧିତ ଖବର