ଫେସ୍‌ବୁକ୍‌ ପ୍ରେମ, ରିକ୍ସା ଚାଳକଙ୍କ ପାଖକୁ ୩୦୦୦ ଯୁବତୀ ପଠାଉଥିଲେ ଅଶ୍ଳୀଳ ଫଟୋ ଓ ପ୍ରେମଭରା ମେସେଜ

ବରେଲି: ଉତ୍ତର ପ୍ରଦେଶ ବରେଲିର ନୁରୁଲ ହାସନ ନାମକ ଜଣେ ରିକ୍ସା ଚାଳକଙ୍କୁ ନେଇ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି। ରିକ୍ସା ଚାଳକ ନୁରୁଲ ହାସନଙ୍କ ଫେସ୍‌ବୁକ୍‌ରେ ୫ ହଜାର ବନ୍ଧୁ ଥିବା ବେଳେ ସେଥିମଧ୍ୟରୁ ୩ ହଜାର ଯୁବତୀ ଥିଲେ। ତେବେ ସେ ସବୁବେଳେ ଏହି ଯୁବତୀମାନଙ୍କ ସହ ଚାଟିଂ କରୁଥିବା ନେଇ ତାଙ୍କ ପତ୍ନୀ ପୁଲିସରେ ଅଭିଯୋଗ କରିବା ପରେ ପୁଲିସ ନୁରୁଲକୁ ଗିରଫ କରିଥିଲା।

ଗିରଫ ପରେ ନୁରୁଲ ଉତ୍ତର ପ୍ରଦେଶ ବରେଲିର ଇଜ୍ଜତନଗର ପୁଲିସ ନିକଟରେ ଏତେ ମାତ୍ରାରେ ଯୁବତୀ କିଭଳି ତାଙ୍କ ଫ୍ରେଣ୍ଡ ବନିଥିଲେ ତାହାର ଉତ୍ତରରେ କହିଥିଳେ, ‘ପ୍ରଥମେ ମୋର ଫେସ୍‌ବୁକ୍‌ରେ ୫ଶହ ବନ୍ଧୁ ଥିଲେ। କିନ୍ତୁ ପ୍ରୋଫାଇଲରେ ଆଇପିଏସ୍‌ ବେଶରେ ଏକ ଫଟୋ ଦେବା ପରେ ଖୁବ୍‌ କମ୍‌ ଦିନ ଭିତରେ ମୋର ବନ୍ଧୁ ସଂଖ୍ୟା ବଢି ୫ ହଜାରରେ ପହଞ୍ଚି ଯାଇଥିଲା । ଏଥିମଧ୍ୟରୁ ପ୍ରାୟ ୩ ହଜାର ଯୁବତୀ ମୋର ଫ୍ରେଣ୍ଡଲିଷ୍ଟରେ ରହିଥିଲେ। ମୁମ୍ବାଇରୁ ନେଇ ବରେଲି ପର୍ଯ୍ୟନ୍ତ ଅନେକ ଯୁବତୀ ମୋତେ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ। ଛଅମାସ ହେବ ଏହି ଯୁବତୀମାନଙ୍କ ସହିତ ମୁଁ ଫେସ୍‌ବୁକ୍‌ ପ୍ରୋଫାଇଲ୍‌ରେ ଆଇପିଏସ୍‌ର ଫଟୋ ଲଗାଇ ଚାଟିଂ କରି ଆସୁଥିଲି। କେତେକ ଯୁବତୀ ଫେସ୍‌ବୁକରେ ଆଇ ଲଭ ୟୁ କହିଥିଲେ, ଯାହାର ଉତ୍ତରରେ ମୁଁ ଆଇ ଲଭ୍‌ ୟୁ ଠୁ କହି ମେସେଜ ପଠାଇଥିଲି। ମୁଁ ହାଇସ୍କୁଲ ପାସ୍‌ କରି ନାହିଁ । କିନ୍ତୁ ଅଳ୍ପ କିଛି ଇଂରାଜୀ ଜାଣିଥିଲି। ଫେସ୍‌ବୁକ୍‌ରେ ଥିବା ଯୁବତୀ ମୋତେ ପ୍ରଥମେ ପ୍ରଥମେ ସାଧାରଣ ଫଟୋ ପଠାଇବା ସହିତ ପରେ ଅଶ୍ଳୀଳ ଫଟୋ ପଠାଇଥିଲେ। କିନ୍ତୁ କାହାରି ସହିତ ମୁଁ କଲ୍‌ କିମ୍ବା ଭିଡିଓ କଲ୍‌ରେ କଥା ହୋଇନାହିଁ।’

ନୁରୁଲଙ୍କୁ ଯୁବତୀମାନଙ୍କ ସହିତ ଚାଟିଂରୁ ନିବୃତ୍ତ ରହିବାକୁ ତାଙ୍କ ପତ୍ନୀ ବାରମ୍ବାର କହିଥିଲେ ହେଁ ସେ କିଛି ଶୁଣି ନ ଥିଲେ। ଏହାପରେ ତାଙ୍କ ପତ୍ନୀ ପୁଲିସରେ ଅଭିଯୋଗ କରିଥିଲେ। ପତ୍ନୀଙ୍କ ଅଭିଯୋଗ କ୍ରମେ ପୁଲିସ ନୁରୁଲଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର