ପାଣି ପାଇପ୍ ଅନ୍ୟକୁ‌ ଦେବାକୁ ମନା କରିବାକୁ ଦଳିତ କୃଷକଙ୍କ ହତ୍ୟା ଅଭିଯୋଗ

ବରେଲି: ଉତ୍ତରପ୍ରଦେଶର ବୁଡାଉନ୍ ଜିଲ୍ଲାର ଜଣେ ୫୬ ବର୍ଷିୟ ଦଳିତ ଚାଷୀ ତାଙ୍କ ପାଣି ପାଇପକୁ ଅନ୍ୟ ସହ ବାଣ୍ଟିବାକୁ ମନା କରିବା ପରେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଉକ୍ତ ଅଞ୍ଚଳର ଜଣେ ବ୍ୟକ୍ତି ଚାଷୀଙ୍କ ମୁଣ୍ଡ କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକ ସେଠାରେ ପହଞ୍ଚି ଅଭିଯୁକ୍ତଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ବି ସେ ଅଟକି ନଥିଲେ ବୋଲି ଜାଣିବାକୁ ମିଳିଛି।

ମୃତକଙ୍କ ନାମ ନାଥୁ ଲାଲ ଜାଟଭ। ସୋମବ‌ାର ରୁପ୍‌ କିଶୋର ନାମକ ବ୍ୟକ୍ତି ନାଥୁଙ୍କ ମୁଣ୍ଡ କାଟିଥିବା ଅଭିଯୋଗ ହୋଇଛି। ନାଥୁ ବୁଡାଉନ୍ ଠାରୁ ପ୍ରାୟ ୨୦ କିଲୋମିଟର ଦୂରରେ ଅବସ୍ଥିତ ଦିନ୍ ନାଗର ଶେଖପୁର ଗାଁର ଜଣେ କୃଷକ।

Justicenews

ଘଟଣା ଦିନ କିଶୋର ଜଟାଭଙ୍କୁ ପଚାରିଥିଲେ ଯେ ସେ ଜଳସେଚନ ପାଇଁ ବ୍ୟବହାର କରୁଥିବା ଗୋଟିଏ ପାଇପରୁ ପାଣି ବାଣ୍ଟି ପାରିବେ କି? ଜଟାଭ ମନା କରି ଦେଇଥିଲେ। ଏହି କଥାକୁ ନେଇ କିଶୋଇ ଜଟାଭଙ୍କୁ ଦୁର୍ବ୍ୟବହାର କରିଥିଲେ ଓ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇ ଯାଇଥିଲା।

ଫଳରେ କିଶୋର ଏକ ବାଡିରେ ଜାଟବଙ୍କୁ ଆକ୍ରମଣ କରିବାର ଆରମ୍ଭ କରିଥିଲେ। ଏହା ପରେ କିଛି ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ଏଥିରେ ହସ୍ତକ୍ଷେପ କରିଥିଲେ। ହେଲେ କିଶୋର ଅଟକି ନଥିଲେ। କିଶୋରଙ୍କ ଆକ୍ରମଣରେ ଶେଷରେ ଜାଟଭ ପ୍ରାଣତ୍ୟାଗ କରିଥିବା ଅଭିଯୋଗ ହୋଇଛି। ଦେଖଣାହାରୀଙ୍କ କହିବା କଥା ହେଲା ସେମାନେ ଭୟରେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ କିଶୋରଙ୍କ ହାତରେ ଜାଟଭଙ୍କ ମୃତ୍ୟୁ ହୋଇଛି କି କିପରି ତାହା ସେମାନେ ଜାଣନ୍ତି ନାହିଁ।

ସମ୍ବନ୍ଧିତ ଖବର