୫ ଚୋର ଗିରଫ, ୧୫୦ଟି ପାଇପ୍‌ ଜବତ

ଭୁବନେଶ୍ୱର: ମଞ୍ଚେଶ୍ୱରସ୍ଥିତ କୋଣାର୍କ ପାଇପସ୍‌ ଆଣ୍ଡ ସିନ୍ଥେଟିକ୍‌ ଲିମିଟେଡ୍‌ ନାମକ ଏକ ଫ୍ୟାକ୍ଟ୍ରିରୁ ପ୍ଲାଷ୍ଟିକ୍‌ ପାଇପ ଚୋରି ଅଭିଯୋଗରେ ମଞ୍ଚେଶ୍ୱର ଥାନା ପୁଲିସ ୫ଜଣ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ, ମଞ୍ଚେଶ୍ୱର ହାଡ଼ବାଇ ବସ୍ତିର ପଟିଆ ଦାସ(୫୫), କାର୍ତ୍ତିକ ମଲ୍ଲ(୫୫), ଶ୍ରୀରାମ ନଗରର ଅଶୋକ ଦାସ(୨୧), ବୀରେନ ସାମନ୍ତରାୟ ଓରଫ ବିରଞ୍ଚି(୨୪) ଏବଂ ଧିରକୁଟି ବସ୍ତିର ରବୀନ୍ଦ୍ର ସେନାପତି(୩୩)। ପୁଲିସ ସେମାନଙ୍କଠାରୁ ୧୫୦ଖଣ୍ଡ ପାଇପ ଜବତ କରିଛି। ପୁଲିସ ସୂଚନା ମୁତାବକ, କିଛି ଦିନ ହେବ ଏହି ୫ଜଣ ପଟିଆ ମଞ୍ଚେଶ୍ୱର ଅଞ୍ଚଳରେ ଥିବା ରବୀନ୍ଦ୍ର ମହାପାତ୍ରଙ୍କ ଫ୍ୟାକ୍ଟ୍ରିରୁ ଲୁଟପାଟ ପାଇଁ ଯୋଜନା କରିଥିଲେ। ମଙ୍ଗଳବାର ବିଳମ୍ବିତ ରାତିରେ ସୋମାନେ ଚତୁରତାର ସହ ଫ୍ୟାକ୍ଟ୍ରିରୁ ୩୦ଟି ଲମ୍ବା ପାଇପ ଚୋରି କରି ନେଇଥିଲେ। ଏହାପରେ ତାକୁ କାଟି ୧୫୦ରୁ ଊର୍ଦ୍ଧ୍ୱ ଖଣ୍ଡ କରିଥିଲେ। ଘଟଣାର ପରଦିନ ସକାଳୁ ଫ୍ୟାକ୍ଟ୍ରିରୁ ପାଇପ୍‌ ଚୋରି ହୋଇଥିବା ଦେଖି ରବୀନ୍ଦ୍ର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ସିିସିଟିଭି ଫୁଟେଜ୍‌ ଯାଞ୍ଚ ବେଳେ ଏମାନଙ୍କୁ ଚିହ୍ନଟ କରିବା ପରେ ପୁଲିସର ଏକ ଟିମ୍‌ କାର୍ତ୍ତିକ ଘରେ ଚଢ଼ଉ କରି ସେଠାରୁ କେତେକ ପାଇପ୍‌ ଜବତ କରିଥିଲା। ତାକୁ ଥାନାକୁ ଆଣି ପଚରାଉଚରା କରିବା ପରେ ସେ ଅନ୍ୟ ଅଭିଯୁକ୍ତଙ୍କ ବିଷୟରେ କହିଥିଲା। ଏହାପରେ ପୁଲିସ ଗୋଟିଏ ପରେ ଗୋଟିଏ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି ପାଇପ ଜବତ କରିଥିଲା। ଆଜି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର