ନାବାଳିକାକୁ ୪ ଦୁର୍ବୃତ୍ତ ୨୪ଘଣ୍ଟା ଧରି ଦୁଷ୍କର୍ମ କରିବା ପରେ ଗାଧୋଇ ଦେବା ସହ ନୂଆ ପୋଷାକ ପିନ୍ଧାଇ ଥିଲେ !

ବେଗୁସରାଇ(ବିହାର) : ବିହାରର ବେଗୁସରାଇରେ ରହୁଥିବା ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କ ସହ ୪ଜଣ ଦୁର୍ବୃତ୍ତ ମିଶି ଦୁଷ୍କର୍ମ କରିବା ଖବର ଏବେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ପୀଡ଼ିତା ନିଜ ସାଙ୍ଗ ସହ ସାଇକେଲ ଯୋଗେ ଘରକୁ ଫେରୁଥିବା ବେଳେ ୪ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ପୀଡ଼ିତାଙ୍କୁ ଉଠାଇ ନେଇଥିଲେ । ଏହି ଘଟଣାକୁ ନେଇ ୩ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇ ସାରିଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ୪ ଜଣ ଅଭିଯୁକ୍ତ ପୀଡ଼ିତାଙ୍କୁ ନେଇ ଯେଉଁ ଘରକୁ ଯାଇଥିଲେ । ସେ ଘରେ ଜଣେ ମହିଳା ପୂର୍ବରୁ ଉପସ୍ଥିତ ଥିଲେ । ସବୁ ଜାଣି ମଧ୍ୟ କିଛି କହି ନଥିବାରୁ ପୁଲିସ ଉକ୍ତ ମହିଳାଙ୍କୁ ମଧ୍ୟ ଦୋଷୀ ବୋଲି କହିଥିବା ଜଣା ପଡ଼ିଛି । ୪ଜଣ ଅଭିଯୁକ୍ତ ଏପରି କରିବା ପଛର କାରଣ ଜଣା ପଡ଼ି ନଥିବା ବେଳେ ୪ଜଣଙ୍କ ମଧ୍ୟରୁ ଦୁଇ ଜଣ ପୀଡ଼ିତାଙ୍କ ଗାଁର ଥିଲେ ବୋଲି ଜଣାପଡ଼ିଛି ।

୨୪ ଘଣ୍ଟା ଧରି ଦୁଷ୍କର୍ମ କରିବା ପରେ ୪ଜଣ ଅଭିଯୁକ୍ତ ପୀଡ଼ିତାଙ୍କୁ ଗାଧୋଇ ଦେବା ସହ ନୂଆ ପୋଷାକ ପିନ୍ଧାଇ ଘରକୁ ଯିବା ରାସ୍ତାରେ ଛାଡ଼ି ଦେଇଥିଲେ । ପରେ ପୀଡ଼ିତା ଘରେ ପହଞ୍ଚି ନିଜ ମାତା-ପିତାଙ୍କୁ ସବୁ ଜଣାଇବା ପରେ ଏ ନେଇ ପୁଲିସରେ ଅଭିଯୋଗ ହୋଇଥିଲା । ଏ ପର୍ଯ୍ୟନ୍ତ ୪ଜଣ ଅଭିଯୁକ୍ତ ମଧ୍ୟରୁ ୨ଜଣ ପୀଡ଼ିତାଙ୍କ ଗାଁର ସୁମିତ୍‌ କୁମାର,ବିବେକ କୁମାର ଥିଲେ ବୋଲି ପୁଲିସ ଚିହ୍ନଟ କରିଥିବା ବେଳେ ଜଣେ ପଡ଼ୋଶୀ ଗାଁର ସନ୍ତୋଷ କୁମାର ଥିବା ପୁଲିସ ଜାଣିବାକୁ ପାଇଥିଲେ । ଅନ୍ୟ ଜଣେ ଅଭିଯୁକ୍ତଙ୍କ ପରିଚୟ ଏ ପର୍ଯ୍ୟନ୍ତ ମିଳି ପାରି ନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର