ଅପହୃତ ୫ ବର୍ଷର ଛାତ୍ର ଉଦ୍ଧାର ହେଲା ,ଜଣେ ଅପହରଣକାରୀର ପ୍ରାଣ ଗଲା

ନୂଆଦିଲ୍ଲୀ: ଗତମାସରେ ଦୁଇ ଜଣ ମୁଖା ପିନ୍ଧା ଲୋକ ପୂର୍ବ ଦିଲ୍ଲୀରେ ଏକ ସ୍କୁଲ ବସର ଡ୍ରାଇଭରଙ୍କ ଉପରକୁ ଗୁଳି ଚଳାଇ ସେଥିରେ ଥିବା ଜଣେ ଛାତ୍ରକୁ ଅପହରଣ କରି ନେଇଥିଲେ । ସେହି ସ୍କୁଲ ବସରେ ପ୍ରାୟ ୨୦ ଜଣ ଛାତ୍ରଛାତ୍ରୀ ଥିଲେ । ଅନ୍ୟ ଛାତ୍ରମାନେ ଠିକ୍‌ ଥିଲେ। ସେହି ଦୁଇ ମୁଖା ପିନ୍ଧା ଲୋକ ମୋଟର ସାଇକେଲରେ ଆସିଥିଲେ ।
ଅପହୃତ ୫ ବର୍ଷର ବାଳକକୁ ପୁଲିସ ଉଦ୍ଧାର କରିବାରେ ସଫଳ ହୋଇଥିବା ଜଣାଯାଇଛି । ଗାଜିଆବାଦଠାରେ ପୁଲିସ ସହିତ ସେହି ଅପହରଣକାରୀ ଗୁଳି ବିନିମୟ କରିବା ବେଳେ ଜଣେ ଅପହରଣକାରୀର ମୃତ୍ୟୁ ଘଟିଥିଲା । ସେହି ଲୋକଟିର ଏକ ହସ୍ପିଟାଲରେ ମୃତ୍ୟୁ ହୋଇଥିବା ଜଣାଯାଇଛି । ଅନ୍ୟ ଦୁଇ ଜଣଙ୍କ ଗୋଡରେ ଗୁଳି ବାଜିଛି ଓ ସେମାନେ ଗୁରୁତର ଆହତ ହୋଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ଉଦ୍ଧାର ହୋଇଥିବା ବାଳକକୁ ତାଙ୍କର ପିତାମାତାଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାଯାଇଛି । ତେବେ ଡାକ୍ତର ଉକ୍ତ ବାଳକକୁ ବିଶ୍ରାମ ଦେବା ପାଇଁ ପରାମର୍ଶ ଦେଇଛନ୍ତି । ଷ୍ଟାଣ୍ଡାର୍ଡ ଓ୍ଵାନ୍‌ରେ ପଢୁଥିବା ସେହି ବାଳକର ଏକ ଆଠ ବର୍ଷୀୟା ଭଉଣୀ ମଧ୍ୟ ଅଛି, ଯେଉଁମାନେ ପିତାମାତାଙ୍କ ପାଖରେ ରହୁଛି ।

photo-hindustantimes

ଏହାପରେ ସୂଚନାଯୋଗ୍ୟ ଯେ ଏହି ଅପହରଣ ଘଟଣା ସକାଳ ପ୍ରାୟ ସାଢେ ୭ଟା ବେଳେ ଘଟିଥିଲା, ଯେତେବେଳେ ଛାତ୍ରଛାତ୍ରୀମାନେ ସ୍କୁଲକୁ ବସ୍‌ରେ ଯାଉଥିଲେ । ତେବେ ଅପହରଣର କାରଣ ଏବେ ବି ଅସ୍ପଷ୍ଟ ରହିଛି।

ସମ୍ବନ୍ଧିତ ଖବର