ଭୁବନେଶ୍ୱର: ଦୁର୍ଗାପୂଜା ସମୟରେ ରାଜଧାନୀରେ ଲୁଟ୍ପାଟ୍ କରି ଆତଙ୍କ ସୃଷ୍ଟି କରିଥିବା ୨ଟି ଲୁଟେରା ଗ୍ୟାଙ୍ଗର ୬ ଜଣ ଲୁଟେରା କମିସନରେଟ୍ ପୁଲିସ ହାତରେ ଧରା ପଡ଼ିଛନ୍ତି। ସେମାନଙ୍କ ମଧ୍ୟରେ ୨ଜଣ ମହିଳା, ୨ଜଣ ପୁରୁଷ ଓ ୨ଜଣ ନାବାଳକ ମଧ୍ୟ ଅଛନ୍ତି। ସହିଦନଗର ଥାନା ପୁଲିସ ଗିରଫ କରିଥିବା ୨ ଜଣ ଲୁଟେରାଙ୍କଠାରୁ ୩୦ରୁ ଅଧିକ ମୋବାଇଲ୍ ଫୋନ୍ ଜବତ କରିଛି। ସେମାନେ ହେଲେ ପଶ୍ଚିମବଙ୍ଗ ପଳରାମପୁର ଅଞ୍ଚଳର ଦୀପକ କୁମାର ସିଂହ(୨୧) ଓ କାଳିତୋଳା ଅଞ୍ଚଳର ଗୋବିନ୍ଦ ସିଂହ(୧୯)।। ସେହିପରି ଲକ୍ଷ୍ମୀସାଗର ଥାନା ପୁଲିସ ୨ ଲେଡି ଲୁଟେରାଙ୍କ ସମେତ ୨ଜଣ ଛୋଟ ପିଲାଙ୍କୁ ମଧ୍ୟ ଗିରଫ କରିଥିବାବେଳେ ସେମାନଙ୍କଠାରୁ ୨୪ଗ୍ରାମ ସୁନାଗହଣା ଓ ୨୦ ହଜାର ଟଙ୍କା ଜବତ କରିଛି। ଲୁଟପାଟ୍ କରୁଥିବା ମହିଳା ଦ୍ୱୟ ହେଲେ ନିର୍ମଳା ବାଇ(୫୦) ଓ ରୁପା ବାଇ(୫୧)।
ପୁଲିସ ସୂଚନା ମୁତାବକ, ପୂଜା ସମୟରେ ରାଜଧାନୀର ବିଭିନ୍ନ ମଣ୍ଡପରେ ଗହଳିର ସୁଯୋଗ ନେଇ ଏହି ଦୁଇ ଗ୍ୟାଙ୍ଗର ଲୁଟେରାମାନେ କୌଶଳକ୍ରମେ ଲୋକମାନଙ୍କଠାରୁ ମୋବାଇଲ୍, ସୁନାହାର, ଲକେଟ୍, ଟଙ୍କା ଆଦି ଚୋରାଇ ନେଇଥିଲେ। ତେବେ ଦୀପକ ଓ ଗୋବିନ୍ଦ ସହିଦନଗର ଅଞ୍ଚଳରୁ ଲୁଟ୍ପାଟ୍ ପରି ଖସି ଯାଉଥିବା ସମୟରେ ସହିଦନଗର ଥାନା ପୁଲିସ ସେମାନଙ୍କୁ ରେଳ ଷ୍ଟେସନ୍ ନିକଟରୁ କାବୁ କରିଥିଲା ଏବଂ ସେମାନଙ୍କ ନିକଟରୁ ୩୦ରୁ ଅଧିକ ମୋବାଇଲ ଜବତ କରିଥିଲା। ସେହିପରି ପୁରୁଣା ଷ୍ଟେସନବଜାର ନିକଟରୁ ଲକ୍ଷ୍ମୀସାଗର ଥାନା ପୁଲିସ ଦୁଇ ଜଣ ମହିଳା ଲୁଟେରା ଓ ଏହି ଗ୍ୟାଙ୍ଗ୍ର ୨ ନାବାଳକଙ୍କୁ ଗିରଫ କରିଥିଲା। ଉଭୟ ଥାନା ପୁଲିସ ସେମାନଙ୍କୁ ଅଟକ ରଖି ପଚରାଉଚରା କରୁଥିବାବେଳେ ଗିରଫ ଛୋଟପିଲାମାନଙ୍କୁ ବାଳ ସୁଧାର ଗୃହକୁ ପଠାଇ ଦେଇଛନ୍ତି।
୨ ମହିଳା ସମେତ ୬ ଲୁଟେରା ଗିରଫ
/sambad/media/post_attachments/wp-content/uploads/2017/10/vrds.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)