ଚୋରା ଭାଙ୍ଗ ଓ ମଦ ଜବତ : ୬ ଗିରଫ

ବାଲିଅନ୍ତା : ଅବକାରୀ ବିଭାଗ ଖୋର୍ଧା ମୋବାଇଲ ଟିମ୍‌ ଆଜି ଚୋରା ଭାଙ୍ଗ ଓ ମଦ କାରବାର ମାମଲାରେ ୬ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଚୋରା ନିଶା ଦ୍ରବ୍ୟ ବ୍ୟବସାୟୀମାନେ ହେଲେ ବାଲିଅନ୍ତା ଥାନା ଅନ୍ତର୍ଗତ ବାଳକାଟି ମାହାଲ ସାହିର ତପନ ସାହୁ (୩୭), ବାଳକାଟି ଦୋପଟି ସାହିର ଶରତ ଚନ୍ଦ୍ର ସାହୁ (୪୪)। ତପନ ଘରେ ଟିମ୍‌ ଚଢ଼ଉ କରି ୫କିଗ୍ରା ଭାଙ୍ଗପତି ଜବତ କରିଥିବା ବେଳେ ଅନୁରୂପ ଭାବେ ଶରତ ଘରୁ ଦେଢ଼ କିଲୋ ଭାଙ୍ଗ ଜବତ କରିଥିଲା। ଏଥିସହ ଭରତପୁର (ଗିରୀଶପୁର) ଅଞ୍ଚଳର ଶ୍ରୀପତି ମହାରଣା (୪୬)ଙ୍କ ନିକଟରୁ ୧୨ ବୋତଲ ବିଦେଶୀ ମଦ, ଘଙ୍ଗାପାଟଣା ଯୋଗେନ୍ଦ୍ର ଜେନାଙ୍କଠାରୁ ୨୫ ବୋତଲ ଆସ୍କାଫର୍ଟି, ଚନ୍ଦକା ଥାନା କଣ୍ଟାବାଡ଼ର ଟିପୁ ପୃଷ୍ଟିଙ୍କଠାରୁ ୧୦ ଲିଟର ଓ ଚନ୍ଦୁ ଛୋଟରାଙ୍କ ନିକଟରୁ ୧୬ ଲିଟର ଦେଶୀମଦ ଜବତ କରିବା ସହ ସମସ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନଙ୍କ ମଧ୍ୟରୁ ୩ଜଣଙ୍କ ଜାମିନ୍‌ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଅବକାରୀ ବିଭାଗର ଜଣେ ଅଧିକାରୀ କହିଛନ୍ତି। ଆଇଆଇସି ଡିକେ ଟେଣ୍ଡେଲ, ଆଇଆଇସି ଦେବୀପ୍ରସାଦ ଦାଶଙ୍କ ସମେତ ସୁଜିତ୍‌ କୁମାର ମୁଦୁଲି ପ୍ରମୁଖ ଚଢ଼ଉରେ ସାମିଲ ଥିଲେ।

ସମ୍ବନ୍ଧିତ ଖବର