ଭୁବନେଶ୍ୱର: ଗତକାଲି ବିଳମ୍ବିତ ରାତିରେ ଖାରବେଳନଗର ମାଳି କଲୋନିରେ ଜୁଆ ଆଡ୍ଡା ଉପରେ ପୁଲିସ ଚଢ଼ାଉ କରି ୬ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ତାସ ଓ ନଗଦ ୧୩ହଜାର ୭୫୦ ଟଙ୍କା ଜବତ କରାଯାଇଛି। ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ମାଳି କଲୋନିର କେ ମାଧବ, ବେଣୁଧର ସେଠୀ, ନରସିଂହ ରେଡ୍ଡି, ବି ପ୍ରସାଦ, ପି ବଳରାମ ଓ ୬ ନମ୍ବର ତାରିଣୀ ବସ୍ତିର ବିଜୟ ସ୍ୱାଇଁ।
ଜୁଆ ଖେଳୁଥିବା ବେଳେ ୬ ଗିରଫ, ନଗଦ ୧୩ ହଜାର ଟଙ୍କା ଜବତ
/sambad/media/post_attachments/wp-content/uploads/2017/10/gambling-1.jpg)
/sambad/media/agency_attachments/2024-07-24t043029592z-sambad-original.webp)