ବିଦେଶୀ ସିଗାରେଟ୍‌ , କ୍ୟାମେରା ଓ ମଦ ବୋତଲ ଚୋରାଚାଲାଣ କରି ୬ ଗିରଫ

ନୂଆଦିଲ୍ଲୀ: କଷ୍ଟମ ଅଧିକାରୀମାନେ ଟି-୩ରୁ ଛଅ ଜଣ ଭାରତୀୟ ନାଗରିକଙ୍କୁ ଗିରଫ କରିଛି। ସେମାନଙ୍କ ବିରୁଦ୍ଧରେ କଷ୍ଟମ ଡ୍ୟୁଟି ଚୋରି କରିବାର ଅଭିଯୋଗ ଥିଲା । ସେମାନେ ଦୁବାଇରୁ ଡ୍ରୋନ୍‌,ବିଦେଶୀ ସିଗାରେଟ୍‌, କ୍ୟାମେରା ଓ ମଦ ବୋତଲ ଚୋରି କରୁଥିଲେ ବୋଲି ସନ୍ଦେହ ହେବାପରେ ସେମାନଙ୍କୁ ପିଛା କରିଥିଲା ପୁଲିସ। ଦୁଇଟି ଅଲଗା ଅଲଗା ମାମଲାରେ ଛାନ୍‌ଭିନ୍‌ହୋଇଥିଲା । ଏଥିରେ  ଜଣାପଡ଼ିଛି ଯେ ଅଭିଯୁକ୍ତମାନଙ୍କଠାରୁ ଏକ କୋଟି ନଅ ଲକ୍ଷ ଟଙ୍କା ମୂଲ୍ୟର ସାମଗ୍ରୀ ଜବତ କରିଥିଲା। ଏହି ସାମଗ୍ରୀ ଦୁବାଇଠାରୁ ଚୋରଚାଲାଣ କରି ଦିଲ୍ଲୀକୁ ଅଣାଯାଇଥିଲା।

କଷ୍ଟମ ଅଧିକାରୀମାନେ କହିଛନ୍ତି ଯେ ଗିରଫ ବ୍ୟକ୍ତିମାନଙ୍କମଧ୍ୟରେ ଜଣେ କିଙ୍ଗ୍‌ପିନ୍‌ ରହିଛି। ସେମାନେ ଛଅ-ସାତ କୋଟି ଟଙ୍କାର ସାମଗ୍ରୀ ଚୋରାଚାଲାଣ କରିଛନ୍ତି। ପଚରାଉଚୁରା ସମୟରେ ଅଭିଯୁକ୍ତମାନେ କୌଣସି କଥାକୁ ସ୍ୱୀକାର କରି ନଥିଲେ। ସେମାନଙ୍କ ପାଖରୁ ୧୪ଟି ଡ୍ରୋନ୍‌, ୧୬ଟି ମଦ ବୋତଲ, ବିଦେଶୀ ବ୍ରାଣ୍ଡର ସିଗାରେଟ୍‌ର ୧୬୩୯ ପ୍ୟାକେଟ୍‌ ଆଦି ଜବତ କରାଯାଇଛି।  କଷ୍ଟମ ଅଧିକାରୀମାନେ ଅଧିକ ତଦନ୍ତ ଜାରି ରଖିଛନ୍ତି।

 

 

ସମ୍ବନ୍ଧିତ ଖବର