ଅପହରଣର କିଛି ସମୟ ଭିତରେ ମାଆ କୋଳକୁ ଏପରି ଫେରିଲା ୬ଦିନର ଶିଶୁ କନ୍ୟା

ନୂଆଦିଲ୍ଲୀ: ସନ୍ତାନ ଜନ୍ମ ପରେ ସବୁଠାରୁ ଅଧିକ ଖୁସି ମାଆଠାରୁ ବା ଆଉ କିଏ ହୋଇପାରିବ। ତେବେ ସନ୍ତାନକୁ ଛଅଦିନ ହୋଇଥିବା ବେଳେ ମାଆ କୋଳରୁ ଯଦି ତାକୁ କେହି ଅପହରଣ କରି ନିଆଯାଏ ସେ ମାଆର ଅବସ୍ଥା କିପରି ଥିବ ଆପଣ ନିଜେ ଅନୁମାନ କରି ପାରୁଥିବେ। ତେବେ ନିକଟରେ ହାଇଦ୍ରାବଦର କୋଟିସ୍ଥିତ ଗଭରମେଣ୍ଟ ମାଟେର୍‌ନିଟି ହସ୍‌ପିଟାଲରେ ମା’ କୋଳରୁ ଛଅଦିନର ଶିଶୁ କନ୍ୟାକୁ ଅପହରଣ କରି ନେଇଥିବା ଏକ ଘଟଣା ସାମ୍ନାକୁ ଆସିଛି।

ତେବେ ଶିଶୁର ମାଆ ବିଜୟା ପୁଲିସକୁ କହନ୍ତି, ମୋର ସ୍ୱାମୀ ଆଧାରକାର୍ଡ ଓ କିଛି କାଗଜପତ୍ରର କପି ବାହାର କରିବା ପାଇଁ ଯାଇଥିଲେ। ଏହି ସମୟରେ ଜଣେ ନୀଳ ରଙ୍ଗର ଶାଢ଼ି ପିନ୍ଧିଥିବା ମହିଳା ଆସି ନିଜକୁ ହସପିଟାଲର ଷ୍ଟାଫ୍‌ କହିଥିଲେ ଏବଂ ପିଲାକୁ ଟୀକାକରଣ ତଥା ମେଡିକାଲର କିଛି ରେକର୍ଡ ପୂରଣ କରିବା ଅଛି ବୋଲି କହିଥିଲେ। ମୁଁ ତାଙ୍କ କଥା ଶୁଣି ବ୍ୟସ୍ତ ହୋଇ ପଡ଼ିଥିଲି। ସେ ମୋତେ ଆଶ୍ୱସନା ଦେଇ କିଛି ବ୍ୟସ୍ତ ନହେବାକୁ କିଛି ସମୟ ପରେ ଶିଶୁକୁ  ଫେରାଇ ଦେବେ ବୋଲି ବି କହିଥିଲେ।

କିଛି ସମୟରେ ମହିଳା ପିଲାକୁ ନେଇ ନଫେରିବାକୁ ବିଜୟାଙ୍କୁ ସନ୍ଦେହ ହୋଇଥିଲା। ଏହାପରେ ସେ ସ୍ୱାମୀକୁ ଫୋନ୍‌ କରି ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ଜଣାଇଥିଲେ। ମହିଳାଙ୍କୁ ହସ୍‌ପିଟାଲରେ ଖୋଜିଲା ବେଳକୁ ସେ କୌଣସି ସ୍ଥାନରେ ନଥିଲେ। ଏହାପରେ ଦମ୍ପତି ନିକଟସ୍ଥ ପୁଲିସ ଷ୍ଟେସନକୁ ଦୌଡ଼ି ଯାଇ ୬ଦିନର ଶିଶୁ ନିଖୋଜ ନେଇ ଅଭିଯୋଗ ଦେଇଥିଲେ।

ଏହାପରେ ହାଇଦ୍ରାବାଦ ପୁଲିସ ସମୟ ବିଳମ୍ବ ନକରି ଅପରାହ୍ନ ୨ଟାରେ ହସ୍‌ପିଟାଲର ସିସିଟି ଫୁଟେଜ ଯାଞ୍ଚ କରିଥିଲା। ଏହାପରେ ପୁଲିସ ଟିମ୍‌କୁ ରେଲେଓ୍ଵ ଷ୍ଟେସନ୍‌ ଓ ବସଷ୍ଟାଣ୍ଡ ଆଜି ତନତନ କରି ଅପହରଣକାରୀ ମହିଳାଙ୍କୁ ଖୋଜି ଥିଲେ। ଏହାପରେ ଅଫଜାଲଗୁଞ୍ଜ ମହତ୍ମାଗାନ୍ଧୀ ବସ୍‌ ଷ୍ଟେସନ୍‌ରେ ପହଞ୍ଚି ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା। ଏହି ଫୁଟେଜରେ ଅପହରଣକାରୀ ମହିଳାଙ୍କୁ ଦେଖିଥିଲେ। ଯିଏକି ବିଦାରରୁ କନ୍ନାଟକ ଯାଉଥିଲା ବସରେ ବସିଥିଲେ ବୋଲି ଜାଣିବାକୁ ପାଇଥଇଲେ। ଏହାପରେ ସେହି ବସ୍‌ ଚାଳକଙ୍କ ଫୋନ୍‌ ନମ୍ବରରେ ଯୋଗଯୋଗ କରିବାକୁ ଚେଷ୍ଟା କରାଯାଇଥିଲା। ସେ ଫୋନ୍‌ ଯୋଗେ ବସ ଚାଳକଙ୍କୁ ତାଙ୍କ ବସରେ କେହି ମହିଳା ନୀଳରଙ୍ଗ ଶାଖି ପିନ୍ଧିଥିବା ଯିଏକି କମନ୍‌ରୁ ବିଦାର ଯିବା ପାଇଁ ଚଢ଼ିଥିଲେ ।

ହାଇଦ୍ରାବାଦ ପୁଲିସ ଏହାପରେ ବିଦାର, କନ୍ନାଟକ ସ୍ୱତନ୍ତ୍ର ପୁଲିସ ଟିମ୍‌କୁ ଆଲର୍ଟ ରହିବାକୁ କହିଥିଲେ। ବିଦାରର ସ୍ଥାନୀୟ ଅଞ୍ଚଳରେ ଘରଘର ବୁଲି ପୁଲିସ ଯାଞ୍ଚ କରିଥିଲା। ଏହାପରେ ମଙ୍ଗଳବାର ବିଦର ଏକ ସରକାରୀ ହସ୍‌ପିଟାଲରେ ଶିଶୁଟିକୁ କେହି ଜଣେ ଛାଡ଼ି ଦେଇ ଯାଇଥିବା ଜଣାପଡ଼ିଥିଲା। ଏବେ ଅପହରଣକାରୀ ଫେରାର ହୋଇଯାଇଛି।

ହାଇଦ୍ରାବାଦ ଆଇପିଏସ୍‌ କମିସନର ପୁଲିସ ଅନଜାନି କୁମାର ଶିଶୁକୁ ଉଦ୍ଧାର କରି କୋଟି ମାଟେରନିଟି ହସ୍‌ପିଟାଲରେ ପହଞ୍ଚି ମାଆକୁ ଶିଶୁ ଫେରାଇ ଦେଇଥିଲେ। ନିଜେ କୋଳରେ ଶିଶୁକୁ ପାଇ ମାଆ ଖୁସିରେ  କାନ୍ଦି ପକାଇଥିଲା ।

 

ସମ୍ବନ୍ଧିତ ଖବର