୬ ଜୁଆଡ଼ି ଗିରଫ

ଖଣ୍ତଗିରି: ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ଏମ୍‌ସ ନଗରରେ ଚାଲିଥିବା ଏକ ଜୁଆ ଆଡ଼ାରେ ଚଢ଼ଉ କରି ଖଣ୍ତଗିରି ଥାନା ପୁଲିସ ୬ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ସ୍ଥାନୀୟ ରଘୁନାଥନଗରର ମୀର ଜେହାର ଅଲ୍ଲୀ, ଗଞ୍ଜାମ ଛତ୍ରପୁରର ଜିତେନ୍ଦ୍ର ପଣ୍ତା, ଗଞ୍ଜାମ ଦିଗପହଣ୍ତିର ଏସ୍‌ କାନ୍ନା ରେଡ୍ଡୀ, ଡୁମୁଡୁମା ସତ୍ୟନଗରର କୃଷ୍ଣ ସାହୁ, ବ୍ରହ୍ମପୁରର କାହ୍ନୁ ପାତ୍ର ଓ ଗଞ୍ଜାମ ଟିକରପଡ଼ାର ବୃନ୍ଦାବନ ପାତ୍ର। ପୁଲିସ ସେମାନଙ୍କଠାରୁ ୬ଟି ବାଇକ୍‌ ଜବତ କରିଥିବାବେଳେ ୩ ହଜାର ଟଙ୍କା ଓ ତାସ୍‌ ମୁଠା ଜବତ କରିଛି। କୁମାର ପୂର୍ଣମୀ ଅବସରରେ ଏମାନେ ଜୁଆ ଖେଳୁଥିବା ଖବର ପାଇ ପୁଲିସ ଚଢ଼ାଉ କରିଥିଲା।

ସମ୍ବନ୍ଧିତ ଖବର