ଭୁବନେଶ୍ୱର: ତନ୍ତ୍ର ପୂଜା ନେଇ ଉତ୍ତେଜନା, ତାନ୍ତ୍ରିକ ସହିତ ୬ ଅଟକ, ବୋଲୋରୋ ଜବତ

ଭୁବନେଶ୍ୱର: ଗତକାଲି ରାତିରେ ଭୁବନେଶ୍ୱର ଡୁମଡୁମା ରଘୁନାଥନଗରରେ ଏକ ଘର ଭିତରେ ଗୁପ୍ତ ତନ୍ତ୍ର ପୂଜା ଚାଲିବାକୁ ନେଇ ସେଠାରେ ଉତ୍ତେଜନା ଦେଖାଦେଇଛି। ଏହି ଘରେ ଖୋଳା ଯାଇଥିବା ଏକ ଗାତ ଓ ପୂଜାସ୍ଥଳରୁ ତନ୍ତ୍ରବିଦ୍ୟା ପୁସ୍ତକ ଓ ସାମଗ୍ରୀ ଜବତ ହୋଇଥିବାରୁ ଏଠାରେ ଶିଶୁବଳି ପାଇଁ ଉଦ୍ୟମ ହୋଇଥିଲା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଖଣ୍ଡଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାନ୍ତ୍ରିକ ସମେତ ୬ ସହଯୋଗୀକୁ ଅଟକ ରଖି ପଚରାଉଚରା କରୁଛି।ତାନ୍ତ୍ରିକର ଅନ୍ୟାନ୍ୟ ସହଯୋଗୀମାନେ ଫେରାର ହୋଇଯାଇଥିବା ବେଳେ ପୁଲିସ ଏକ ବୋଲେରୋ ଗାଡି ଜବତ କରିଛି।

ସମ୍ବନ୍ଧିତ ଖବର