୬ ଲକ୍ଷ ଟଙ୍କାର ବ୍ରାଉନ୍‌ ସୁଗାର ଜବତ, ଜଣେ ଗିରଫ 

ଖଣ୍ତଗିରି: ବୁଧବାର କେନ୍ଦ୍ରୀୟ ଅବକାରୀ ବିଭାଗ ଅଧିକାରୀମାନେ ଖଣ୍ତଗିରି ନିକଟରୁ ଜଣେ ବ୍ରାଉନ୍‌ ସୁଗାର ବେପାରୀକୁ ଗିରଫ କରିଛନ୍ତି। ଅଭିଯୁକ୍ତ ହେଲେ ଖୋର୍ଧା ବାସେଳିସାହି ଅଞ୍ଚଳର ମୁନା ସେଠୀ(୨୫)। ତା ନିକଟରୁ ଏକ ବାଇକ୍‌ ସହ ୫୫ ଗ୍ରାମ୍‌ ବ୍ରାଉନ୍‌ ସୁଗାର ଜବତ କରାଯାଇଛି। ଜବତ ବ୍ରାଉନ୍‌ ସୁଗାରର ଆନୁମାନିକ ମୂଲ୍ୟ ୧.୫ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଆଜି ମୁନାକୁ କୋର୍ଟ ଚାଲାଣ କରାଯାଇଛି ଓ ଜାମିନ୍‌ ନାମଞ୍ଜୁର ହେବାରୁ ତାକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସୂଚନାନୁସାରେ ମୁନା ଭୁବନେଶ୍ବରରୁ ମାଲ୍‌ ନେଇ ଖୋର୍ଧାରେ ବେପାର କରିଆସୁଥିଲା। ପୁଲିସ ଓ ଅବକାରୀ ବିଭାଗକୁ ଚକ୍‌ମା ଦେଇ ସେ ଦୀର୍ଘ ଦିନ ଧରି ଏହି ବେପାର ଚଳାଇଆସୁଥିଲା। କେନ୍ଦ୍ରୀୟ ଅବକାରୀ ବିଭାଗ କିନ୍ତୁ ମୁନା ଉପରେ ନଜର ରଖିଥିଲା। ଆଜି ସେ ଘାଟିକିଆ ଅଞ୍ଚଳରୁ ମାଲ୍‌ ନେଇ ବାଇକ୍‌ ଯୋଗେ ଖୋର୍ଧା ଦିଗରେ ଯାଉଥିବାବେଳେ କଳିଙ୍ଗବିହାର ଛକରେ ଅଧିକାରୀମାନେ ତାକୁ କାବୁ କରି ନେଇଥିଲେ।

ସମ୍ବନ୍ଧିତ ଖବର