ତମାଣ୍ଡୋ ଅଞ୍ଚଳରୁ ୬ଲକ୍ଷ ଟଙ୍କାର ଧଳା ଜହର ଜବତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରସ୍ଥିତ ତମାଣ୍ଡୋ ଅଞ୍ଚଳରୁ କମିସନରେଟ ପୁଲିସର କୁଇକ୍ ଆକସନ୍ ଟିମ୍ (କିୟୁଟି) ୬ଲକ୍ଷ ଟଙ୍କାର ଧଳା ଜହର ( ବ୍ରାଉନ୍ ସୁଗାର) ସହିତ ଦୁଇଜଣଙ୍କୁ ଗିରଫ କରି ଦୁଇଟି ‌ମଟରସାଇକେଲ ଜବତ କରିଛି। ଦୁଇ ଯୁବକଙ୍କୁ ଡୁମୁଡୁମା ଓ ଖୋର୍ଦ୍ଧା ଭାଲିଆବାଡିରୁ ଗିରଫ କରାଯାଇଥିବା ସୂଚନା ରହିଛି।

ସୂଚନାଯୋଗ୍ୟ, ଏହି ବ୍ରାଉନ୍ ସୁଗାର ଚାଲାଣ ହେଉଥିବା କମିସନରେଟ ପୁଲିସକୁ ବିଶେଷ ସୂତ୍ରରୁ ସୂଚନା ମିଳିଥିଲା। ଏହାପରେ ବ୍ରାଉନ ସୁଗାର ଚୋରା ଚାଲାଣକାରୀଙ୍କ ଉପରେ ଚଢ଼ାଉ କରି ପୁଲିସ ଦୁଇଜଣଙ୍କ ଗିରଫ କରିଥିଲା। ଗିରଫ ବେଳେ କମିସନରେଟ ପୁଲିସ କ୍ୟୁଏଟି ଦୁଇଜଣ ଅଭିଯୁକ୍ତଙ୍କ ଠାରୁ  ୬୦ ଗ୍ରାମର ବ୍ରାଉନସୁଗାର ଜବତ କରିଥିଲା। ଏହାର ମୂଲ୍ୟ ପାଖାପାଖି ୬ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର