ପଦ୍ମପୁର/ପାଇକମାଲ: ଫେସ୍ବୁକ୍ରେ ମିଥ୍ୟା ଆକାଉଣ୍ଟ ଖୋଲି ଦୁର୍ବୃତ୍ତମାନେ ନୂଆପଡ଼ା ଜିଲ୍ଲା ଖରିଆର୍ ରୋଡ଼ର ବ୍ୟବସାୟୀଙ୍କଠାରୁ ୬ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଲୁଟ୍ କରିଛନ୍ତି। ତେବେ, ଦୁର୍ବୃତ୍ତମାନେ ଧରାପଡ଼ିଥିବାବେଳେ ସେମାନଙ୍କଠାରୁ ଲୁଟ୍ ଟଙ୍କାରୁ ଦେଢ ଲକ୍ଷ ଜବତ କରାଯାଇଥିବା ଜଣାପଡ଼ିଛି। ଲୁଟ୍ର ଶିକାର ହୋଇଥିବା ବ୍ୟବସାୟୀ ହେଉଛନ୍ତି ବିକାଶ ଅଗ୍ରଓ୍ଵାଲ। ଧରାପଡ଼ିଥିବା ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣେ ପଙ୍କଜ ମାଝୀ (୨୧) ଫେସ୍ବୁକ୍ରେ ସୀମା ସାହୁ ନାଁରେ ଏକ ମିଥ୍ୟା ଆକାଉଣ୍ଟ ଖୋଲିଥିଲା। ଏହାପରେ ବିକାଶଙ୍କ ସହିତ ନିୟମିତ ଚାଟିଂ କରି ବନ୍ଧୁତା ଜମାଇଥିଲା। ବିକାଶ ବଡ଼ ବ୍ୟବସାୟୀ ଘରର ପିଲା ହୋଇଥିବା ଓ ନିୟମିତ ବକେୟା ସଂଗ୍ରହ ପାଇଁ ପଦ୍ମପୁର ଏବଂ ପାଇକମାଲ ଆସୁଥିବାର ସେ ଚାଟିଂରୁ ଜାଣି ପାରିଥିଲା। ଏହାର ସୁଯୋଗ ନେଇ ପଙ୍କଜ ମନଭଙ୍ଗ ଡ୍ୟାମ୍ ନିକଟକୁ ଡକାଇଥିଲା। ଫଳରେ ବିକାଶ ସନ୍ଧ୍ୟା ପ୍ରାୟ ୬ଟା ବେଳେ ସେଠାରେ ପହଞ୍ଚିଥିଲେ। ଏହି ସମୟରେ ପୂର୍ବରୁ ପ୍ରସ୍ତୁତ ପଙ୍କଜ ଓ ତା’ର ସହଯୋଗୀ ବିକାଶଙ୍କୁ ଆକ୍ରମଣ କରିବା ସହ ବନ୍ଧୁକରୁ ଫାଙ୍କା ଗୁଳି ଚାଳନା କରି ୬ ଲକ୍ଷ ଟଙ୍କା ଲୁଟି ଦୁଇଟି ବାଇକ୍ରେ ଫେରାର୍ ହୋଇଯାଇଥିଲେ। ଘଟଣାର ଠିକ୍ ମାସକ ମଧ୍ୟରେ ଏହି ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୧ ଲକ୍ଷ ୫୨ ହଜାର ଟଙ୍କା ସହ ୨ଟି ବାଇକ୍, ୩ଟି ଦାମୀ ମୋବାଇଲ୍ ଓ ଭୁଜାଲି ଜବତ କରାଯାଇଛି।
ଫେସ୍ବୁକ୍ ଚାଟିଂ କରି ୬ ଲକ୍ଷ ଲୁଟ୍
ମୁଖ୍ୟ କାର୍ପଟ୍ଦାର୍ ସମେତ ୪ ଗିରଫ
/sambad/media/post_attachments/wp-content/uploads/2018/07/SBPHO17-PDM-Giraf-Dakayat.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)