ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ଦନ୍ତେଵାଡା ପୁଲିସ ୬ଜଣ ହାର୍ଡକୋର ମାଓବାଦୀଙ୍କୁ ଗିରଫ କରିଛି। ଜନମିଲିସିଆ ପ୍ଲାଟୁନ ସଦସ୍ୟ ହୁଙ୍ଗା କୋର୍ରାମ(୨୧), କିଶୋର କୁମାର ମାଣ୍ଡବୀ (୧୯) ଏବଂ ସିଏନଏମ ସଦସ୍ୟା ଯୋଗୀ କର୍ରାମ(୨୦)ଙ୍କୁ ଅରନପୁର ଥାନା ଏବଂ ସୁଖଦେବ ବେକୋ(୩୦), ଜନମିଲିସିଆ କମାଣ୍ଡର ଫଗୁନ ଆଟାମି (୨୧) ଏବଂ ଜନମିଲିସିଆ ସଦସ୍ୟ ମୋଟୁ କିସକେ(୨୨)ଙ୍କୁ ଗିଦମ ଥାନା ଅଞ୍ଚଳରୁ ଗିରଫ କରାଯାଇଛି। ବହୁ ହିଂସାକାଣ୍ଡରେ ଏମାନେ ସାମିଲ ଥିବା ପ୍ରାଥମିକ ପଚରା ଉଚୁରା ପରେ ପୁଲିସ ସୂଚନା ଦେଇଛି। ୨୦୧୮ ମସିହା ଅକ୍ଟୋବର ୩୦ ତାରିଖ ଦିନ ନୀଲାବାୟା ରାସ୍ତାରେ ଡିଡି ନ୍ୟୁଜ କ୍ୟାମେରାମ୍ୟାନ ଓ ଯବାନଙ୍କୁ ହତ୍ୟା ଘଟଣାରେ ଏମାନଙ୍କ ସିଧାସଳଖ ସଂପୃକ୍ତ ଥିବା ଜଣାପଡ଼ିଛି।
୬ ହାର୍ଡକୋର ମାଓବାଦୀ ଗିରଫ
/sambad/media/post_attachments/wp-content/uploads/2019/04/arrest.jpg)