କମ୍ବିଂ ବେଳେ ୬ ନକ୍ସଲ ଗିରଫ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ଦନ୍ତେଵାଡା ଜିଲ୍ଲାରେ ପୁଲିସକୁ ମିଳିଛି ଆଉ ଏକ ସଫଳତା। ଆଜି ସର୍ଚ୍ଚ ଅପରେସନ ବେଳେ ୬ ଜଣ ନକ୍ସଲକୁ ଗିରଫ କରିଛି ପୁଲିସ। ବିଶେଷ ସୂତ୍ରରୁ ଖବର ପାଇ ଡିଆରଜି ଯବାନ, କଟେକଲ୍ୟାଣ ପୁଲିସ ଏବଂ ୧୯୫ ସିଆରପିଏଫ ବାଟାଲିୟନର ଯବାନ ଜଂଗଲ ଭିତରେ ସର୍ଚ୍ଚ ଅପରେସନ କରୁଥିଲେ। ଯବାନଙ୍କୁ ଦେଖି ନକ୍ସଲମାନେ ଦୌଡି ପଳାଇବାକୁ ଚେଷ୍ଟା କରୁଥିଲେ। ଯବାନମାନେ ଜଂଗଲକୁ ସିଲ କରିଦେବା ସହ ୬ ଜଣ ନକ୍ସଲକୁ ଗିରଫ କରିବାରେ ସଫଳ ହୋଇଥିଲେ। ନକ୍ସଲମାନଙ୍କ ଠାରୁ ଟିଫିନ ବୋମା, ବିଦ୍ୟୁତ ତାର, ବନ୍ଧୁକ ସମେତ ଦୈନନ୍ଦିନ ବ୍ୟବହାର ସାମଗ୍ରୀ ଉଦ୍ଧାର କରାଯାଇଛି। ପୁଲିସ ଏମାନଙ୍କୁ ଅଟକ ରଖି ପଚରାଉଚରା କରିବା ସହ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଥିବା ସୂଚନା ମିଳିଛି ।

ସମ୍ବନ୍ଧିତ ଖବର