ଭୁବନେଶ୍ୱର: ଶନିବାର ବିଳମ୍ବିତ ରାତିରେ ଖାରବେଳନଗର ଥାନା ପୁଲିସ ୟୁନିଟ-୪ ମାଛ ମାର୍କେଟରେ ଚାଲୁଥିବା ଏକ ଜୁଆ ଆଡ଼ା ଉପରେ ଚଢ଼ଉ କରି ୬ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ, ପୁପୁନ ବେହେରା (୨୦), ମୁନା ବେହେରା (୨୪), ପବିତ୍ର ବିଶ୍ୱାଳ (୨୯), ଗଣେଶ ବିଶ୍ୱାଳ (୨୦), କାଳୁ ଚରଣ ବେହେରା (୨୦) ଓ ରମେଶ ମହାନ୍ତି (୫୫)। ସମସ୍ତଙ୍କ ଘର ୟୁନିଟ-୪ ଶାସ୍ତ୍ରୀନଗର ଅଞ୍ଚଳରେ। ପୁଲିସ ସେମାନଙ୍କଠାରୁ ୬ ହଜାର ଟଙ୍କା, ୫ଟି ମୋବାଇଲ ଓ ଗୋଟେ ମୁଠା ତାସ ଜବତ କରିଛି। ପୁଲିସ ସୂଚନା ଅନୁଯାୟୀ, ୬ଜଣ ଯାକ ୟୁନିଟ-୪ ମାର୍କେଟରେ ମାଛ ବ୍ୟବସାୟ କରନ୍ତି। ବେପାର ସାରି ଏମାନେ ପ୍ରତ୍ୟେକ ଦିନ ବିଳମ୍ବିତ ରାତି ପର୍ଯ୍ୟନ୍ତ ଜୁଆ ଖେଳି ଥାନ୍ତି। ଗତକାଲି ବିଳମ୍ବିତ ରାତିରେ ଜୁଆ ଖେଳ ହେଉଥିବା ଖବର ପାଇ ପୁଲିସ ହଠାତ ଚଢ଼ଉ କରି ୬ଜଣଙ୍କୁ ଗିରଫ କରିଥିଲା।
ଜୁଆ ଆଡ଼ାରେ ଚଢ଼ଉ, ୬ ଗିରଫ
/sambad/media/post_attachments/wp-content/uploads/2018/07/handcuff-arrest.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)