ରାଉରକେଲା: ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ସହର ଉପକଣ୍ଠରେ ଚଢ଼ଉ କରାଯାଇଛି। ବିଭିନ୍ନ ସ୍ଥାନରେ ବେଆଇନ ଦେଶୀ ମଦ ବିକ୍ରି କରୁଥିବା ଅଭିଯୋଗରେ ୬ ଜଣଙ୍କୁ ଗିରଫକରି କୋର୍ଟଚାଲାଣ କରାଯାଇଛି। ଅଭିୁକ୍ତମାନେ ହେଉଛନ୍ତି ବିଶ୍ରା ଥାନା ଅନ୍ତର୍ଗତ ତେତେରକେଲାର ସହାୟ ମୁଣ୍ଡା(୨୫), ଦୀପକ ଓରାମ(୩୦), କଦମଟୋଲାର ନୀଳମଣୀ ମୁଣ୍ଡା(୩୬), ବଙ୍ଗୁରକେଲାର ପାତ୍ର ଲୋହାର(୫୦), କନ୍ଦରକେଲାର ଚକ୍ରଧର ସିଂହ(୫୦) ଓ ଜେରିଓନା ବା‌ସ୍କେ(୪୫)। ଏହାସହ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ନୋଟିସ୍‌ ଦିଆଯାଇଛି।

Advertisment

ଅଭିଯୁକ୍ତଙ୍କ ପାଖରୁ ୩୧୦ ଲିଟର ବେଆଇନ ମହୁଲି ମଦ, ୯୭୦୦ କେଜି ମହୁଲପୋଚ ଜବତ ହୋଇଛି। ଉଲ୍ଲେଖଯୋଗ୍ୟ, ଆଜି ବିଭାଗ ପକ୍ଷରୁ କପସିଂହା, କାଦମତା, ବାଙ୍ଗୁରୁକେଲା, ଉଡ଼ୁଶୁ, ତିଳକାନଗର, ସାଗଯୋର ଆଦି ଅଞ୍ଚଳରେ ଚଢ଼ଉ କରାଯାଇଥିଲା। ଜବତ ମହୁଲପୋଚ ଓ ମହୁଲି ମଦକୁ ନଷ୍ଟ କରାଯାଇଛି।