ନୂଆଦିଲ୍ଲୀ: ପୂର୍ବ ଆମେରିକାର ରାଜ୍ୟ ଭିର୍ଜିନିଆରେ ଗତ ଶୁକ୍ରବାର ଛଅବର୍ଷର ଜଣେ ଶିଶୁ ପ୍ରାଥମିକ ସ୍କୁଲର ଶ୍ରେଣୀଗୃହ ଭିତରେ ଶିକ୍ଷକଙ୍କୁ ଗୁଳି ମାଡ଼ କରିଥିବା ଖବର ଆସିଛି । ଗୁଳିମାଡ଼ର ଶିକାର ହେବା ପରେ ଶିକ୍ଷକ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ଡାକ୍ତର ତାଙ୍କର ଚିକିତ୍ସା ଜାରି ରଖିଛନ୍ତି। ଠିକ ସମୟରେ ଚିକିତ୍ସା ହୋଇପାରି ଥିବାରୁ ଶିକ୍ଷକଙ୍କ ଜୀବନ ବଞ୍ଚି ଯାଇଛି ବୋଲି ଡାକ୍ତର କହିଛନ୍ତି। ଏହି ଘଟଣାରେ ଅନ୍ୟ ଛାତ୍ରଛାତ୍ରୀଙ୍କୁ କୌଣସି ପ୍ରକାର ଆଘାତ ଲାଗି ନାହିଁ। ଶିଶୁକୁ ପୁଲିସ ହେପାଜତକୁ ନେଇ ପଚରାଉଚରା କରୁଛି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଶିଶୁ ହାତରେ ବନ୍ଧୁକ କିପରି ଆସିଥିଲା ତାହା ସ୍ପଷ୍ଟ ହୋଇ ପାରି ନଥିଲା।
ଏହି ସ୍କୁଲ ଅଧ୍ୟକ୍ଷ ଜର୍ଜ ପାର୍କର କହିଛନ୍ତି, ‘ ଏହି ଘଟଣାକୁ ନେଇ ମୁଁ ସ୍ବବ୍ଧ ହୋଇଯାଇଛି, ମତେ ଏହା ବିଚଳିତ କରିଛି । ଆମକୁ ଏହା ସୁନିଶ୍ଚିତ କରିବାକୁ ପଡ଼ିବ କି ବନ୍ଧୁକ ଯେମିତି ପିଲାଙ୍କ ହାତକୁ ନ ଆସେ। ଏଥିପାଇଁ ସମସ୍ତଙ୍କର ସାହାଯ୍ୟ ଆବଶ୍ୟକ। ’
ତେବେ ଏହା ପ୍ରଥମ ଘଟଣା ନୁହେଁ, ଏହା ପୂର୍ବରୁ ଗତ ମଇ ମାସରେ ଟେକ୍ସାସର ଉବାଲଡେରେ ଜଣେ ୧୮ବର୍ଷୀୟ ବନ୍ଧୁକଧାରୀ ୧୯ଜଣ ପିଲା ଓ ଦୁଇଜଣ ଶିକ୍ଷକଙ୍କୁ ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଥିଲା। ଯୁକ୍ତରାଷ୍ଟ୍ର ଆମେରିକାରେ ୪୪,୦୦୦ ଲୋକଙ୍କର ବନ୍ଧୁକ ସମ୍ବନ୍ଧୀୟ ଅପରାଧରେ ମୃତ୍ୟୁ ଘଟିଛି। ଏଥିମଧ୍ୟରୁ ପ୍ରାୟ ଅଧା ହତ୍ୟା, ଦୁର୍ଘଟଣା ଓ ଆତ୍ମରକ୍ଷା ଘଟଣା ଥିବା ବଳେ ଅନ୍ୟ ଅଧା ଆତ୍ମହତ୍ୟା ମାମଲା ବୋଲି ରିପୋର୍ଟ ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/2056ae6b-5d15-4d71-a7a9-a900c677d2a2.jpg)