୬୮ କୋଟିର କ୍ଷତି କରିଛି ଏହି କୁକୁର ! ଜୀବନ୍ତ କିମ୍ବା ମୃତ ଧରିଲେ ମିଳିବ ୫୦ ଲକ୍ଷ ପୁରସ୍କାର

କଲମ୍ବିଆ ଏପରି ଏକ ଦେଶ ଯାହା ସାରା ଦୁନିଆରେ ଡ୍ରଗ୍‌ସ ଚୋରାଚାଲାଣ ପାଇଁ କୁଖ୍ୟାତ । ଏଠାରେ କାହିଁ କେଉଁ କାଳରୁୁ ଡ୍ରଗ୍‌ସ ଚାଲାଣକାରୀମାନେ ଆସ୍ଥାନ ଜମେଇ ଆସିଛନ୍ତି । କିନ୍ତୁ ସାମବ୍ରା ନାମକ କୁକୁର ଏବେ ତାଙ୍କ ନିଦ ହଜେଇ ଦେଇଛି । ଆପଣଙ୍କୁ ଜଣେଇ ଦେଉଛୁ ଯେ ଏହି କୁକୁର ୨ ବର୍ଷ ମଧ୍ୟରେ ପାଖାପାଖି ୬୮ କୋଟିର ଗଞ୍ଜେଇ ଜବତ ହେବାରେ ସାହାଯ୍ୟ କରଛି । ଏହି ଖାସ୍‌ କୁକୁରକୁ ଧରିବା ପାଇଁ ଡ୍ରଗ୍‌ସ ଚାଲାଣକାରୀମାନେ ୫୦ ଲକ୍ଷ ଟଙ୍କାର ପୁରସ୍କାର ରଖିଛନ୍ତି ।

ଆଶ୍ଚର୍ଯ୍ୟର କଥା ହେଲା, କଲମ୍ବିଆ ପୁଲିସ ନିଜେ ଏହି କୁକୁର ବିଷୟରେ ଟୁଇଟ କରି ଲୋକଙ୍କୁ ଜଣାଇଛି । ‘ଜର୍ମାନ ସେଫାର୍ଡ’ ସାମବ୍ରା ଗତ ୨ବର୍ଷ ହେବ କଲମ୍ବିଆ ପୁଲିସ ବିଭାଗରେ କାମ କରୁଛି । ମିଡିଆ ରିପୋର୍ଟ ଅନୁସାରେ ଏହି କୁୁକର ଜରିଆରେ ପୁଲିସ ୨୪୫ ଜଣ ଅପରାଧୀଙ୍କୁ ଧରିବାରେ ସକ୍ଷମ ହୋଇଛି । ଆପଣଙ୍କୁ ଜଣାଇଦେଉଛୁ ଏହି କୁକୁରର ଡ୍ୟୁଟି ଦୁଇଟି ବଡ ବଡ ଏୟାରପୋର୍ଟରେ ଲାଗିଥାଏ । ପୁଲିସ ସୂଚନା ଅନୁସାରେ ୨୦୧୬ରେ ପ୍ରଥମେ ସେ ୨୯୫୮ କିଲୋର କୋକେନ୍‌ ଜବତ କରିଥିଲା, ଖାଲି ସେତିକି ନୁହେଁ ୨୦୧୭ ରେ ବେଲଜିୟମ ପଠା ଯାଉଥିବା ୧.୧ ଟନ୍‌ କୋକେନକୁ ମଧ୍ୟ ଜବତ କରିଥିଲା । ବର୍ତ୍ତମାନ ଏହି କୁକୁର କଲମ୍ବିଆରେ ଘରେ ଘରେ ପରିଚିତ ।

ସମ୍ବନ୍ଧିତ ଖବର